Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାଫିକ ସଚେତନ କାର୍ଯ୍ୟକ୍ରମ କରିବାକୁ ଆସି ଜରିମାନା ଦେଲେ ବିଧାୟକ

8/09/2019 at 6:20 PM

 ଭୁବନେଶ୍ୱର – ଟ୍ରାଫିକ ନିୟମ ପାଇଁ ସଚେତନ କରିବା ପାଇଁ ଆସିବା ପାଇଁ  ବିଧାୟକ ଅନନ୍ତ ନାରାୟଣ ଜେନା ଜରିମାନା ଦେଇଛନ୍ତି ।  ଭୁଲ୍‌ ମାର୍ଗରେ ଗାଡି ରଖିବା ବା ନୋ ପାର୍କିଂ ଜୋନ୍‌ରେ ଗାଡି ରଖି ସେ ୫୦୦ ଟଙ୍କା ଜରିମାନା ଦେଇଛନ୍ତି ।

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।  ଏଜି ଛକରେ ବେଆଇନ ଭାବେ ପାର୍କିଂ କରିଥିବାରୁ ତାଙ୍କଠାରୁ ୫୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ରବିବାରରେ ଅନୁଷ୍ଠିତ ଏକ ଟ୍ରାଫିକ ସଚେତନା କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିବା ପାଇଁ ଆସିଥିଲେ ।

ଶନିବାରରେ ରାଜମହଲ ଛକରେ ତୁମୁଳକାଣ୍ଡ ହେବା ପରେ ରବିବାରରେ ଏଜି ଛକରେ ଟ୍ରାଫିକ୍ ପୋଲିସଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା । ଏଜି ଛକରେ ବିଧାୟକଙ୍କ ଗାଡି ବେଆଇନ ଭାବେ ପାର୍କିଂ କରାଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ ଟ୍ରାଫିକ୍ ପୋଲିସ ତାଙ୍କଠାରୁ ଫାଇନ୍ ଆଦାୟ କରିଛନ୍ତି । ଡିସିପି ଅନୁପ ସାହୁ ବିଧାୟକ ଅନନ୍ତ ଜେନାଙ୍କଠାରୁ ଫାଇନ୍ ଆଦାୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ସାରା ଦେଶରେ କଡାକଡି କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ପାଳନ କରାଯାଉଛି ।

   Related Posts