Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଞ୍ଚଳବାସୀଙ୍କ ଦାବି ରଖିଲେ ବିଧାୟକ, ଶାସକ ଦଳର ବିରୋଧକୁ ଭ୍ରୁକ୍ଷେପ ନକରି ସବଷ୍ଟେସନ କଲେ ଉଦଘାଟନ

14/08/2020 at 9:24 PM

ନୀଳଗିରି,୧୪/୮:  ଅଞ୍ଚଳବାସୀଙ୍କ ଦାବିକୁ ଆଖି ଆଗରେ ରଖି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବରମପୁର ଠାରେ ଏକ ୩୩ କେଭି ଟ୍ରାନ୍ସଫରମର ବିଶିଷ୍ଟ ସବ ଷ୍ଟେସନର ଉଦଘାଟନ କରିଛନ୍ତି। ଆଜି ଏହି ସବଷ୍ଟେସନକୁ ଉଦଘାଟନ କରିବା ନେଇ କିଛି ନିର୍ଦ୍ଦିଷ୍ଟ ଦଳର ନେତା ବିରୋଧ କରିବା ସହ କିଛି ବିଭାଗୀୟ ଅଧିକାରୀଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ନଯିବାକୁ ଧମକ ମଧ୍ୟ ଦେଇଥିଲେ। ହେଲେ ଏହି ଧମକୁ ଭ୍ରୁକ୍ଷେପ ନକରି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ସବଷ୍ଟେସନକୁକ ଉଦଘାଟନ କରିଛନ୍ତି।

ନୀଳଗିରି ବ୍ଲକ ବରମପୁର ଠାରେ ବିଦ୍ୟୁତ ଲୋ ଭୋଲଟେଜ କାରଣରୁ ନୂଆ ସବଷ୍ଟେସନ କରିବାକୁ ଵିଧାୟକଙ୍କ ଠାରେ ଲୋକେ ଦାବି କରି ଆସୁଥିଲେ। ବିଧାୟକ ଘଟଣାକୁ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀଙ୍କ ଠାରେ ଏହି ଦାବି ଉଠାଇଥିଲେ। ଏହା ପରେ ପରେ ଅର୍ଥ ମଞ୍ଜୁର ହୋଇଥିଲା। ଏହି ସବଷ୍ଟେସନର କାର୍ଯ୍ୟ ବହୁ ପୂର୍ବରୁ ସରିଥିଲେ ବି କାର୍କ୍ଷକ୍ଷମ ହୋଇପାରିନଥିଲା। ହେଲେ ବିଧାୟକ ସୁକାନ୍ତ କୁମାର ନାୟକ ଧାରଣା ଦେବା ଚେତାବନୀ ଦେବା ପରେ ବିଭାଗ ତରଫରୁ ସମୟ ନେଇ କାର୍ଯ୍ୟ ସମ୍ପନ୍ନ କରିଥିଲେ।

ଆଜି ଉଦଘାଟନ ଉତ୍ସବ ସ୍ଥିର ହୋଇଥିବା ବେଳେ ଜଣେ ନିର୍ଦ୍ଦିଷ୍ଟ ଦଳର ନେତା ଏହାକୁ ମନ୍ତ୍ରୀ ଉଦଘାଟନ କରିବା ଦାବି କରି କୁଆଡେ ବିଭାଗୀୟ ଅଧିକାରୀଙ୍କୁ ଚାପ ପ୍ରୟୋଗ କରିଥିଲେ। ଏହି ଘଟଣାରେ ବିଧାୟକ  ନିଜ ପ୍ରତିକ୍ରିୟା ମୁଁ ଜଣେ ଲୋକ ପ୍ରତିନିଧି ବୋଲି କହିବା ସହିତ  ପ୍ରଥମେ ମୋ ଅଞ୍ଚଳର ବିକାଶମୂଳଖ କାର୍ଯ୍ୟର ତଦାରଖ କରିବା ମୋ ଦାୟିତ୍ୱ।  ଶେଷରେ ଆଜି ସେ ସବଷ୍ଟେସନର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓପିଡ଼ସିଏଲର ଅଧିକାରୀ ଉପସ୍ଥିତ ଥିବା ବେଳେ ନେସ୍କୋର ନୀଳଗିରି କିମ୍ବା ବାଲେଶ୍ଵର ବିଭାଗର କୌଣସି ଅଧିକାରୀ ଉପସ୍ଥିତ  ନଥିଲେ। ନୀଳଗିରି ନେସ୍କୋର ଏସଡିଓଙ୍କ ପ୍ରତିକ୍ରିୟା ନେବାରୁ ସେ ଛୁଟିରେ ଥିବା କହିଛନ୍ତି। ଓପିଡ଼ିସିଏଲ  ଆମକୁ ଷ୍ଟ୍ରକଚର ଦାୟୀତ୍ୱ ଅର୍ପଣ କଲେ ପୁଣିଥରେ ଲୋକାର୍ପଣ ହେବ ବୋଲି ସେ କହିଛନ୍ତି। ଏହି ଉତ୍ସବରେ ବିଜେପି ନେତା ଗଙ୍ଗାଧର ମିଶ୍ର, ସୁରେଶ ଚନ୍ଦ୍ର ଶଙ୍ଖୁଆ,ଉପେନ୍ଦ୍ର ଦାସ,ଅକ୍ଷୟ ବେହେରା,କୁଳମଣି ନାୟକ,ପ୍ରମୋଦ ନାୟକ,ଅର୍ଜୁନ ମାରାଣ୍ଡି,ସେରାଲ ବାସ୍କେ,ମହେନ୍ଦ୍ର ସିଂ, ରାଜସ୍ମିତା ନାୟକ,ପ୍ରଭାକର ବାଗୁଡାଇ,ରାଜେଶ ନାୟକ,ମାନଶ ମିଶ୍ର,ଅଶୋକାଶିନୀ ନାୟକ,ସୁକାନ୍ତ ବେହେରା,ବିଜୟ ପାଣି,ଜୟନ୍ତ ପୁଟି ଓ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ।

   Related Posts