Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ନକ୍ସଲଙ୍କ ଟାର୍ଗେଟ୍ରେ ନେତା : ଆନ୍ଧ୍ର ଓଡ଼ିଶା ସୀମାରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ

23/09/2018 at 6:46 PM

ଆନ୍ଧ୍ର ପ୍ରଦେଶ ୨୩/୯ : ନକ୍ସଲଙ୍କ ଟାର୍ଗେଟ୍ରେ ନେତା । ବିଶାଖାପାଟଣା ଜିଲ୍ଲାରେ ରକ୍ତର ହୋଲି ଖେଳିଛନ୍ତି ଲାଲବାହିନୀ ।
ଆନ୍ଧ୍ର ଓଡ଼ିଶା ସୀମାରେ ଜଣେ ବିଧାୟକ ଏବଂ ଆଉ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ଟିଡିପି ବିଧାୟକ କିଦାରି ସର୍ବେଶ୍ବର ରାଓ ଏବଂ ପୂର୍ବତନ ବିଧାୟକ ଶିବେରି ସୋମାଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଛନ୍ତି । ଡୁମୁଣିଗୁଡ ଥାନା ଅଞ୍ଚଳର ଲିଭିଟିପୁଟରେ ଏକ ଜନସଭାରେ ଯୋଗ ଦେଇ ଫେରୁଥିବା ବେଳେ ସେମାନଙ୍କୁ ଅଟାକାଇଥିଲେ ମାଓବାଦୀ । ସ୍ଥାନୀୟ ଲୋକଙ୍କ ସହ ୨୦ ଜଣ ନକ୍ସଲ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଘେରିଯାଇଥିଲେ । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପିଏସ୍ଓଙ୍କଠାରୁ ବନ୍ଧୁକ ଛଡ଼ାଇ ନେବା ପରେ ସେମାନଙ୍କୁ ଗୁଳିମାରିଥିଲେ ମାଓବାଦୀ । ଦୁଇ ରାଜନେତାଙ୍କୁ ହତ୍ୟା କରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଓବାଦୀ ଖସି ପଳାଇଥିଲେ । ସେପଟେ ଜନପ୍ରତିନିଧିଙ୍କ ଉପରେ ଏହି ଆକ୍ରମଣକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ମାଇନିଂ ଲିଜ୍ ଏବଂ ପଥର ବ୍ଲାଷ୍ଟିଂକୁ ନେଇ ଦୁଇ ନେତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ସ୍ଥାନୀୟ ଲୋକେ । ଏହି ହତ୍ୟାକାଣ୍ଡ ପଛରେ ଆନ୍ଧ୍ର-ଓଡ଼ିଶା ବୋର୍ଡର କମିଟି ସେକ୍ରେଟାରୀ ରାମକ୍ରୀଷ୍ଣାର ହାତ ଥିବା ପୋଲିସ ସନ୍ଦେହ କରୁଛି ।

   Related Posts