ସହିଦ ମନୋଜ ବେହେରାଙ୍କ ଦାଦାକୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବଢ଼ିଲା: ବିଭିନ୍ନ ସ୍ଥାନରେ ଏତଲା, ଗିରଫ ଓ ବହିଷ୍କାର ଦାବି

Published By : Prameya-News7 Bureau | February 22, 2019 IST

ଭୁବନେଶ୍ବର୨୨|୨: ନିଆଳି ରତନପୁରରେ ସହିଦ ମନୋଜ ବେହେରାଙ୍କ ଦାଦାକୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବଢ଼ିବାରେ ଲାଗିଛି।  ବିଶେଷ କରି ପାକିସ୍ତାନୀ ମିଡିଆରେ ଏହି ଖବର ପ୍ରସାରଣ ପରେ ଦେବାଶିଷଙ୍କ ଉପରେ ବଢ଼ିବାରେ ଲାଗିଛି ଚାପ। ବିରୋଧୀ ଏବେ ଦେବାଶିଷଙ୍କୁ ଘେରିବାରେ ଲାଗିଛନ୍ତି।  ସେପଟେ ଦେବାଶିଷ କିଛି ଭୁଲ କରିନାହାଁନ୍ତି, ସବୁ ଭୁଲ ମିଡିଆର ବୋଲି ଆଜି ମୁହଁଖୋଲି କହିଛନ୍ତି ସହିଦଙ୍କ ଦାଦା ଚୈତନ୍ୟ ବେହେରା ।…

{"id":87682}

ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି । ବାରବାଟୀ ବିଧାୟକ ଯେତେଥର କ୍ଷମା ମାଗିଲେ ମଧ୍ୟ ଏହି ପ୍ରସଙ୍ଗ ଆଉ ଥମିବାର ନାଁ ଧରୁନି । ପାକିସ୍ତାନ ମିଡିଆରେ ଏହି ଖବର ପ୍ରସାରଣ ପରେ ବିରୋଧୀ ବିଜେପି ଆଉ କଂଗ୍ରେସ ଦେବାଶିଷଙ୍କ ସହ ବିଜେଡିକୁ ଘେରିବାରେ ଲାଗିଛନ୍ତି ।

{"id":87683}

ବିଜେପି ଏକ୍ସ ସର୍ଭିସମେନ ସେଲ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷଙ୍କ ଗିରଫ ଦାବି କରିଛି। ଦେବାଶିଷଙ୍କ ବିରୋଧରେ ଏତଲା ଦେବ ବୋଲି କହିଛି ବିଜେପି ।  ସେପଟେ ଦେବାଶିଷଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି କଟକ ନଗର କଂଗ୍ରେସ । ଆଜି ନଗର କଂଗ୍ରେସର ମହିଳାମାନେ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି । ଏହାସହ ଦେବାଶିଷଙ୍କୁ ବହିଷ୍କାର କରିବା ଲାଗି ବିଜେଡିକୁ ଆହ୍ବାନ ଦେଇଛି କଂଗ୍ରେସ।

{"id":87685}

 ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣା ଓଡ଼ିଶା ଡେଇଁ ପାକିସ୍ତାନ ମିଡିଆରେ ପ୍ରସାରିତ ହେବା ପରେ ଗତକାଲି ପୁଣିଥରେ ପ୍ରତିକ୍ରିୟା ରଖିଥିଲେ ଦେବାଶିଷ । ପୁଣିଥରେ ଭୁଲ ମାଗିବା ସହ ଘଟଣାକୁ ନେଇ ଆଉ ରାଜନୀତି ନକରିବାକୁ ଅନୁରୋଧ କରିଥିଲେ । ସେପଟେ ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ସହିଦ ମନୋଜଙ୍କ ଦାଦା ଚୈତନ୍ୟ ବେହେରା । ଦେବାଶିଷ ଅତି ଭଦ୍ରଲୋକ, ସେ କୌଣସି ଦୁର୍ବ୍ୟବହାର କରିନାହାଁନ୍ତି, ବରଂ ସବୁ ଭୁଲ ମିଡିଆର ବୋଲି କହିଛନ୍ତି ଚୈତନ୍ୟ |

{"id":87684}

ଦେବାଶିଷ ତଣ୍ଟିଆ ମାରିବାର ଭିଡିଓ ପାକିସ୍ତାନ ଗଣମାଧ୍ୟମ ପାଖକୁ ଗଲା କେମିତି। ଏହି ଘଟଣାକୁ ଅନ୍ତର୍ଜାତୀୟ ସ୍ତରକୁ ନେଇ ଓଡ଼ିଶାକୁ ନିନ୍ଦିତ କରିବା ପଛରେ କାହାର ହାତ, କିଏ କାହା ଉପରେ ରାଗ ସୁଝାଇବାକୁ ଏହି କାଣ୍ଡ କରିଛି, ତାକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.