ହୃଦଘାତରେ ପ୍ରାଣ ହରାଇଲେ ବିଧାୟକ ଦେବବ୍ରତ ସିଂ, ଦୀପାବଳି ପାଳିବାକୁ ଘରକୁ ଆସିଥିଲେ...

Published By : Prameya-News7 Bureau | November 04, 2021 IST

ରାୟପୁର, ୦୪/୧୧: ଛତିଶଗଡ ଜନତା କଂଗ୍ରେସ(ଜେ)ର ବିଧାୟକଙ୍କ ମୃତ୍ୟୁ । ଖେରାଗଡ ବିଧାୟକ ଦେବବ୍ରତ ସିଂଙ୍କ ପରଲୋକ ହୋଇଯାଇଛି । ବୁଧବାର ବିଳମ୍ବିତ ରାତ୍ରରେ ଦେବବ୍ରତଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ହୃଦଘାତ ହୋଇଥିବା ଜଣା ପଡିବା ପରେ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ ବାଟରେ ସେ ପ୍ରାଣତ୍ୟାଗ କରିଥିଲେ ।

ଦେବବ୍ରତ ଖେରାଗଡ ରାଜ ପରିବାରର ସଦସ୍ୟ ଥିଲେ । ତାଙ୍କ ସମର୍ଥକମାନେ ମୃତ୍ୟୁ ଖବର ପରେ ଭାଙ୍ଗି ପଡିଛନ୍ତି । ରାଜ ପରିବାରର ଦୀପାବଳି କଳା ଦୀପାବଳି ବୋଲି ସେମାନେ କହିଛନ୍ତି ।

ଦୀର୍ଘଦିନ ଧରି କଂଗ୍ରେସରେ ଥିବା ଦେବବ୍ରତ ୨୦୧୮ରେ ଅଜିତ ଯୋଗୀଙ୍କ ଦଳ ଜନତା କଂଗ୍ରେସ(ଜେ)ରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ପୂର୍ବରୁ ସେ କଂଗ୍ରେସ ଟିକେଟରେ ଥରେ ବିଧାୟକ ଓ ଥରେ ସାଂସଦ ମଧ୍ୟ ରହିଥିଲେ । ଗତ କିଛିଦିନ ଧରି ସେ ପୁଣି ଘରବାହୁଡା କରିବେ ଅର୍ଥାତ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା ।

ବୁଧବାର ଦେବବ୍ରତ ଦୀପାବଳି ପାଳିବା ପାଇଁ ନିଜ ବାସଭବନରେ ପହଁଚିଥିଲେ । ସନ୍ଧ୍ୟା ଯାଏଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲା । କିନ୍ତୁ ରାତିରେ ହଠାତ ବିଗିଡି ଯାଇଥିଲା । କିଛି ସମୟରେ ସେ ହୃଦଘାତରେ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.