ଜୟପୁର ଜିଲ୍ଲା ଡାକ୍ତରଖାନାରେ ଆରମ୍ଭ ହେଲା ଆହାର କେନ୍ଦ୍ର : ହେଲେ ବିଧାୟକ କହିଲେ ଖାଦ୍ୟ ନିମ୍ନମାନର

Published By : Prameya-News7 Bureau | January 01, 2019 IST

ଜୟପୁର ୧|୧: ଜୟପୁରସ୍ଥିତ ଜିଲ୍ଲା ଡାକ୍ତରଖାନାରେ ଆରମ୍ଭ ହେଲା ଆହାର କେନ୍ଦ୍ର । ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଅନ୍ୟ ସ୍ଥାନୀୟ ନେତାଙ୍କ ସହ ବହୁ ସରକାରୀ ଅଧିକାରୀ ସାମିଲ ହୋଇଥିଲେ ।ସମସ୍ତେ ଆହାର ବାଣ୍ଟିବାକୁ ତତ୍ପରତା ଦେଖାଇଥିଲେ, କେହି କିନ୍ତୁ ଖାଦ୍ୟ ଚାଖି ନଥିଲେ । ସେପଟେ ଆହାର କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯାଉଥିବା ବିଧାୟକ ଅଭିଯୋଗ କରିଥିବା ବେଳେ ଏହାକୁ କିନ୍ତୁ ବିଭାଗୀୟ ଅଧିକାରୀ ମାନିବାକୁ ନାରାଜ।

{"id":69483}

ବାରମ୍ବାର ଦାବି ହୋଇ ଆସୁଥିଲା । ନ୍ୟୁଜ7ରେ ବି ଖବର ପ୍ରସାରଣ ହୋଇଥିଲା । ଆଉ ଶେଷରେ ଜୟପୁର ସ୍ଥିତ ଜିଲ୍ଲା ଡାକ୍ତରଖାନା ପରିସରରେ ଆରମ୍ଭ ହେଲା ଆହାର କେନ୍ଦ୍ର ।  ଦିନ ବେଳେ ୨୫୦ ଓ ରାତିରେ ୧୫୦ ଜଣଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଛି ଏଠାରେ । ଉଦଘାଟନ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ, ଜୟପୁର ବିଧାୟକଙ୍କ ସମେତ ଅନେକ ସ୍ଥାନୀୟ ନେତା ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଉପସ୍ଥିତି ଥିବା ସମସ୍ତ ନେତା ଓ ଅଧିକାରୀ ଖାଦ୍ୟ ବାଢିବାରେ ତତ୍ପରତା ଦେଖାଇଥିଲେ ସିନା ହେଲେ ଏହାକୁ ଖାଇବା ତ ଦୂରର କଥା ଚାଖି ବି ନଥିଲେ । ପଚାରିଲା ବେଳକୁ ଜୟପୁର ବିଧାୟକ କହୁଛନ୍ତି ଉଦଘାଟନ ଦିନରେ ସିନା ଭଲ ଖାଇବାକୁ ଦେଇଛନ୍ତି, କିନ୍ତୁ ପରେ ଆହାର କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଦିଆ ଯାଇଛି ।

{"id":69484}

ସେପଟେ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା।ଏହା ବିଧାୟକଙ୍କ ବ୍ୟକ୍ତିଗତ ଅଭିଯୋଗ ହୋଇପାରେ ।କିନ୍ତୁ ତାଙ୍କ ନିକଟକୁ ଏମିତି କିଛି ଅଭିଯୋଗ ଆସିନି । ଯଦି ଅଭିଯୋଗ ଆସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସେ ।ସେପଟେ କିନ୍ତୁ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ଖୋଲା ଯିବାକୁ ନେଇ ଖୁସି ଜାହିର କରିଛନ୍ତି ରୋଗୀଙ୍କ ସଂପର୍କୀୟ ।

୫ ଟଂକାରେ ଖାଇବା ବ୍ୟବସ୍ଛା କରିଛନ୍ତି ସତ । ହେଲେ ଖାଦ୍ୟର ମାନ ପ୍ରତି ବି  ଧ୍ୟାନ ଦେବା ସହ ମଝିରେ ମଝିରେ ଯାଞ୍ଚର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.