Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସାହାଯ୍ୟ ପାଇଁ ଫୋନ୍ କରିଥିବା ଛାତ୍ରଙ୍କ ଉପରେ ବର୍ଷିଲେ ବିଧାୟକ, ଅଡିଓ ଭାଇରାଲ ପରେ ତେଜିଲା ଜନ ଅସନ୍ତୋଷ

5/07/2021 at 4:16 PM

କୋଲ୍ଲମ (କେରଳ) ୫/୦୭: ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଫୋନ୍‌ କଲ୍‌ରେ ବିଧାୟକ ଅତିଷ୍ଠ ହୋଇ ରାଗରେ ଚିତ୍କାର କରିବା ମାମଲା ଚହଳ ପକାଇଛି । ସାହାଯ୍ୟ ପାଇଁ ଛାତ୍ର ଜଣଙ୍କ କଲ୍‌ କରିଥିବା ବେଳେ ସିପିଆଇ(ଏମ) ବିଧାୟକ କ୍ରୋଧରେ ଗର୍ଜନ କରିବାକୁ ନେଇ ସାଧାରଣରେ ସମାଲୋଚନାର ଶିକାର ହୋଇଛନ୍ତି। ପ୍ରକୃତରେ ଛାତ୍ର ଜଣଙ୍କ ଭୁଲ୍‌ରେ ନିଜ ବିଧାନସଭା କ୍ଷେତ୍ରର ବିଧାୟକ ବଦଳରେ ଅନ୍ୟ ବିଧାୟକଙ୍କୁ କଲ୍‌ କରିଥିଲେ । କେରଳର କୋଲମ  ବିଧାୟକ ଏମ ମୁକେଶଙ୍କୁ ଦଶମ ଶ୍ରେଣୀ ଛାତ୍ର ୬ ଥର କଲ କରିଥିବା ଜଣାପଡ଼ିଛି। ଭୁଲ୍‌ରେ ହେଲେ ମଧ୍ୟ ଜଣେ ଲୋକପ୍ରତିନିଧିଙ୍କ ଏମିତି ବ୍ୟବହାରରେ ସାଧାରଣ ଲୋକ ନାରାଜ ହୋଇଛନ୍ତି ।

ଛାତ୍ରଙ୍କ ଉପରେ ଚିତ୍କାର କରିବାର ଏକ ଅଡିଓ ଭାଇରାଲ୍‌ ହେବା ପରେ ସମସ୍ତ ମାମଲା ସାମ୍ନାକୁ ଆସିଛି। ପାଲଖଡ ଜିଲ୍ଲାର ଛାତ୍ର କୌଣସ ସାହାଯ୍ୟ ମାଗିବାକୁ ବିଧାୟକ ଏମ ମୁକେଶଙ୍କୁ ଭୁଲରେ କଲ୍‌ କରିଥିଲେ। ବାରମ୍ବାର କଲ୍‌ରେ ବିଧାୟକ ମହାଶୟଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ଫୋନ୍‌ ଉଠାଇ ଛାତ୍ରଙ୍କୁ ଯାହା ଇଚ୍ଛା ତାହା ଶୁଣାଇଦେଇଗଲେ। ଜଣେ ବନ୍ଧୁଙ୍କ ପାଖରୁ ବିଧାୟକଙ୍କ ଫୋନ୍‌ ନମ୍ବର ପାଇଁ ଛାତ୍ର ଜଣଙ୍କ କଲ୍‌ କରିଥିଲେ। କିନ୍ତୁ ବିଧାୟକଙ୍କ ମତରେ ସେ ବୈଠକରେ ବ୍ୟସ୍ତ ଥିବା ଯୋଗୁ ବିରକ୍ତ ହୋଇଥି​‌ଲେ।

ଭାଇରାଲ୍‌ ଅଡିଓରେ ବିଧାୟକ ଛାତ୍ରଙ୍କ ବନ୍ଧୁଙ୍କୁ ଚାପୁଡ଼ା ମାରିବେ ବୋଲି କହୁଥିବା ଶୁଣିବାକୁ ମିଳିଛି। ଛାତ୍ରଙ୍କ ଉପରେ ଚିତ୍କାର କରିବାର ଅଡିଓ ଲୋକଙ୍କ ପାଖରେ ପହଞ୍ଚିବା ପରେ ମୁକେଶ ଏବେ ସଫେଇ ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଫୋନ୍‌ କଲ୍‌ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି।

ଏହା ସହ ପୁନଃ ନିର୍ବାଚିତ ହେବା ପରେ ଏମିତି ପ୍ରାଙ୍କ କଲ୍‌ ସଂଖ୍ୟା ବଢ଼ିଥିବା ନେଇ ସେ ମଧ୍ୟ କହିଛନ୍ତି। ଟ୍ରେନ୍‌ ବିଳମ୍ବ ହେବା ନେଇ ମଧ୍ୟ ତାଙ୍କ କଲ୍‌ ଆସୁଛି ବୋଲି ବିଧାୟକ ମୁକେଶ କହିଛନ୍ତି। ଅନ୍ୟପଟେ ଯଦି ଏହା କୌଣସି ଷଡ଼ଯନ୍ତ୍ର ନଥିଲା ତେବେ ଫୋନ୍‌ କଲ୍‌ ରେକର୍ଡ ହେଲା କେମିତି ଏବଂ ଭାଇରାଲ୍‌ କଲା କିଏ ବୋଲି ବିଧାୟକ ଏମ ମୁକେଶ ପ୍ରଶ୍ନ କରିଛନ୍ତି ।

   Related Posts