ବିଧାନସଭାରେ ଓ୍ୱାଇଫାଇ- ଅନଲାଇନରେ ପ୍ରଶ୍ନ ପଚାରିପାରିବେ ବିଧାୟକ,ଶୀତ ଅଧିବେଶନରେ କାର୍ଯ୍ୟକାରୀ ହେବ

Published By : Prameya-News7 Bureau | November 12, 2019 IST

ଭୁବନେଶ୍ୱର ୧୨।୧୧- କାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଅଧିବେଶନ ପ୍ରଥମ ଦିନରୁ ଅତିରିକ୍ତ ବଜେଟ ଆଣିବେ ସରକାର । ଏହି ଅଧିବେଶନରୁ ଓଡିଶା ବିଧାନସଭାରେ ପେପର ଲେସ ପ୍ରକ୍ରିୟା ଆରମ୍ଭ ହେବ । ଅନ ଲାଇନରେ ତାରକା ଓ ଅଣତାରକା ପ୍ରଶ୍ନ ସହ ଉତ୍ତର ଆସିବ । ସେହିପରି ବିଧାୟକ ମାନେ ଚାହିଁଲେ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ସେମାନଙ୍କ ପ୍ରଶ୍ନ ଅନଲାଇନରେ ପଚାରିପାରିବେ । ଏଥିପାଇଁ ବିଧାନସଭାକୁ ଓ୍ବାଇଫାଇ କରାଯାଇଛି । ସେପଟେ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ।

{"id":183032}

ପେପରଲେସ ହେବ ଓଡିଶା ବିଧାନସଭା ଅଧିବେଶନ । ଅନଲାଇନରେ ମିଳିବ ଶୀତକାଳିନ ଅଧିବେଶନର ସବୁ ତାରକା  ଓ ଅଣତାରକା ପ୍ରଶ୍ନ ଏବଂ ବିଭାଗର ଉତ୍ତର । ବିଧାୟକ ମାନେ ଚାହିଁଲେ ସେମାନଙ୍କ ପ୍ରଶ୍ନ ବି ଅନଲାଇନରେ ଦାଖଲ କରିପାରିବେ । ‘ନୋଭା’ ଆପ ମଧ୍ୟମରେ ଅନଲାଇନରେ ଏସବୁ କରାଯିବ । କାଲିଠାରୁ ଆରମ୍ଭ ହେଉଥିବା  ବିଧାନସଭା ଅଧିବେଶନରେ ଏହା ଲାଗୁ  କରିବାକୁ ବ୍ୟବସ୍ଥା ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ପାଖା ପାଖି ୮ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିବେ ଅର୍ଥମନ୍ତ୍ରୀ । ବିଶେଷ କରି ସାମାଜିକ କ୍ଷେତ୍ରରେ ବିକାଶ ଲାଗି ଅତିରିକ୍ତ ବଜେଟରେ ସରକାର ଖର୍ଚ୍ଚର ବ୍ୟବସ୍ଥା କରିପାରନ୍ତି ।

{"id":183034}

ଏହେଉଛି ସୁରକ୍ଷା ବ୍ୟବସ୍ଥାର ପୋଲିସ ଡିଜିଙ୍କ ଯାଞ୍ଜ । ବିଧାନସଭା ଅଧିବେଶନ ସମୟରେ ତିନି ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା । ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ, ୨ ପ୍ଲାଟୁନ ଷ୍ଟ୍ରାଇକିଙ୍କ ଫୋର୍ସ , ୨ ୟୁନିଟ ଏସଟିୟୁ, ୭ ସେକ୍ସନ କ୍ୟୁଏଟି, ୯୦ ଜଣ ସବ ଇନ୍ସପେକ୍ଟର, ୪ ଜଣ ଆଡିସିନାଲ ଡିସିପି ଦାୟୀତ୍ବରେ ରହିବେ । ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ହେବେ ।ବିଧାନସଭା ପ୍ରବେଶ ପଥରେ ଦୁଇଟି ଚେକ ପୋଷ୍ଟ କରାଯାଇଛି ।ସେହିପରି ବିଧାନସଭା ସମୟରେ ଧାରଣା ଓ ଆନ୍ଦୋଳନକୁ ଦୃଷ୍ଟି ରଖି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି ।

{"id":183035}

ଶୀତକାଳୀନ ଅଧିବେଶନରେ ୨୧ଟି ସରକାରୀ ଓ ୫ ଟି ବେସରକାରୀ  କାର୍ଯ୍ୟଦିବସ ରହିଛି । ଡିସେମ୍ବର ୧୯ ତାରିଖ ଯାଏ ଶୀତ ଅଧିବେଶନ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.