ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର ୧୨|୭: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ବିଷ୍ଣୁ ଦାସ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଧାୟକ ବିଷ୍ଣୁ ଦାସ ନିମୋନିଆରେ ପୀଡିତ ଥିବା ଜଣାପଡିଛି।

ଗତ ୪ ଦିନ ହେଲାଣି ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି। ତାଙ୍କ ଫୁସ୍‌ଫୁସ୍ ସଂକ୍ରମିତ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବା ହସପିଟାଲ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥାଇ ସୁସ୍ଥ ହୋଇ ଫେରିଥିଲେ ।

ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନ ବିଧାୟକ ବିଷ୍ଣୁ ଦାସଙ୍କୁ ଗୃହରେ ଦୀର୍ଘ ସମୟ ଧରି ଶୋଇଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ହେବା ସହ ନାନା ତୁମ୍ବିତୋଫାନ ହୋଇଥିଲା । ସେ କିନ୍ତୁ ପ୍ରକୃତରେ ଅସୁସ୍ଥ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.