Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଜାମିନ ଆବେଦନ ଖାରଜ କରିଦେବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବାହ କଲେ ବିଧାୟକ

11/06/2019 at 1:34 PM

ତ୍ରିପୁରା ୧୧/୬ : ଜଣେ ବିଧାୟକ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିବା ମହିଳାଙ୍କୁ ବିବାହ କରିଛନ୍ତି । ଏହାପୂର୍ବରୁ ବିଧାୟକ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ । ଜାମିନ ଖାରଜ ହେବାର ଠିକ ୮ ଦିନ ପରେ ବିଧାୟକ ଧନଞ୍ଜୟ ତ୍ରିପୁରା ମନ୍ଦିରରେ ମହିଳାଙ୍କୁ ବିବାହ କରିଛନ୍ତି ।

ଧନଞ୍ଜୟ ତ୍ରିପୁରା ଆଇପିଏଫଟି ଦଳର ବିଧାୟକ । ଭାରତୀୟ ଆଇନ ଅନୁଯାୟୀ, ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ । ବିଧାୟକଙ୍କ ବିରୋଧରେ ମହିଳା ଦୁଷ୍କର୍ମ ଏବଂ ପ୍ରତାଡନା ଅଭିଯୋଗ କରିଥିଲେ ।

ଵିଧାୟକ ରବିବାର ଦିନ ଏକ ମନ୍ଦିରରେ ମହିଳାଙ୍କୁ ବିବାହ କରିଛନ୍ତି । ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଧନଞ୍ଜୟଙ୍କ ଦଳର ଜଣେ କର୍ମୀ ଅମିତ ଦେବବର୍ମା କହିଛନ୍ତି ଯେ, ଏବେ ପରସ୍ପର ବିରୋଧରେ ଆଉ କୌଣସି ମାମଲା ରୁଜ୍ଜୁ କରାଯିବ ନାହିଁ । ବିବାହ ସାର୍ଟିଫିକେଟ ପାଇଁ ଆଜି ଜରୁରୀ କାଗଜପତ୍ର ଜମା କରାଯିବ > ମହିଳା ଏବେ ଧଲାଈ ଜିଲ୍ଲାର ଗଣ୍ଡାଚେର୍ଯ୍ୟାରେ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳା ମେ ୩୦ ତାରିଖରେ ବିଧାୟକଙ୍କ ବିରୋଧରେ ଅଗରତାଲା ଥାନାରେ ମାମଲା ରୁଜ୍ଜୁ କରିଥିଲେ । ବିଧାୟକ ତାଙ୍କ ସହ ବିବାହ କରିବାର ମିଛ ପ୍ରଲୋଭନ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ବିବାହ ପାଇଁ ମନା କରିଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ । ଏହାପରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ବିଧାୟକ ତ୍ରିପୁରା ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଧନଞ୍ଜୟ କହିଥିଲେ ଯେ, ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ହୋଇଛି । 

ମହିଳାଙ୍କ ଅଭିଯୋଗକ୍ରମେ ୨୦୧୦ ମସିହାରେ ଯେତେବେଳେ ସେ ସ୍କୁଲରେ ପଢୁଥିଲେ ସେତେବେଳେ ଧନଞ୍ଜୟଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ସେତେବେଳେ ଧନଞ୍ଜୟ କଲେଜରେ ପଢୁଥିଲେ । ସାକ୍ଷାତ ହେବାରେ ବର୍ଷେ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ବିଧାୟକ ମହିଳାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ୨୦୧୮ ମସିହା ଫେବୃଆରୀ ମାସରେ ବିଧାୟକ ହେବାପରେ ସେ ବିବାହ କରିବା ପାଇଁ ମନା କରିଦେଇଥିଲେ ଏବଂ ମହିଳାଙ୍କ ଠାରୁ ସମସ୍ତ ସମ୍ପର୍କ ତୁଟାଇ ଦେଇଥିଲେ । ଏହାପରେ ଆଉ କୌଣସି ଉପାୟ ନପାଇ ଧନଞ୍ଜୟଙ୍କ ବିରୋଧରେ ଦୁଷ୍କର୍ମ ଏବଂ ପ୍ରତାଡନା ମାମଲା ରୁଜ୍ଜୁ କରିଥିଲେ ମହିଳା ।

   Related Posts