Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଜବରଦଖଲକୁ ବଳ ଦେଲେ କି ବିଧାୟକ ? ସରକାରୀ ଜମିରୁ ଆମ୍ରି ହସ୍ପିଟାଲର ବେଆଇନ ପାର୍କିଂକୁ ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଟିମ୍‌କୁ ଆଖି ଦେଖାଇ କରିଦେଲେ ବିଦା

7/09/2021 at 2:48 PM

ଭୁବନେଶ୍ୱର,୦୭/୦୯: ଜବରଦଖଲ ଉଚ୍ଛେଦ ନକରି ପେରିଗଲା ଏନଫୋର୍ସମେଣ୍ଟ ଟିମ୍ । ପ୍ରାୟ ଅଧ ଏକର ସରକାରୀ ଜମିକୁ ମାଡ଼ି ବସିଥିଲା ଆମ୍ରି ହସ୍ପିଟାଲ । ଏଠାରେ କର୍ମଚାରୀଙ୍କ ଗାଡ଼ି ପାର୍କିଂ ହେଉଥିଲା । ଗାଡ଼ି ପାର୍କିଂ ପାଇଁ ଏଠାରେ ସ୍ୱତନ୍ତ୍ର ନିର୍ମାଣ ବି ହୋଇଥିଲା । ଏହାକୁ ହଟାଇବା ପାଇଁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆଜି ସେଠାକୁ ଯାଇଥିଲେ । କିନ୍ତୁ କଂଗ୍ରେସର ଦୁଇ ବିଧାୟକ ସେଠାରେ ପହଞ୍ଚି ଜବରଦଖଲ ଉଚ୍ଛେଦକୁ ରୋକିବା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ନାଲିଆଖି ଦେଖାଇ ଘଉଡାଇ ଦେଇଛନ୍ତି ।ଆଇଗିଣିଆ ମୌଜାର ପ୍ଲଟ୍‌ ନଂ ୧ରେ ଏହି ବେଆଇନ ପାର୍କିଂ ଚାଲିଥିଲା । ସରକାରୀ ଜାଗାରେ ଅବୈଧ ଭାବରେ ତିଆରି ହୋଇଥିବାରୁ ଓପିପି କେସ୍‌ ହୋଇଥିଲା । ଏହାକୁ ତୁରନ୍ତ ହଟାଇବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଡିଏକୁ ରିକ୍ୟୁଜିସନ୍‌ ଦିଆଯାଇଥିଲା । ଏଥିପାଇଁ ବିଡିଏ ଆଜି ପୁଲିସ ଟିମ୍‌କୁ ନେଇ ସେଠାରେ ପହଞ୍ଚିଥିଲେ ।

ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆଜି ଜବରଦଖଲ ଉଚ୍ଛେଦ ପାଇଁ ଆଜି ଦିନ ୧୦ଟାରେ ସେଠାରେ ପହଞ୍ଚିଥିଲେ । ହସ୍ପିଟାଲ ମାଡି ବସି ରଖିଥିବା ଜାଗାକୁ ପାଚେରି ବୁଲାଇବା ସହ ପ୍ରବେଶ ବାଟରେ କିଛି ନିର୍ମାଣ ହୋଇଥିଲା । ଏହାକୁ ଏସ୍କାଭେଟରରେ ଭାଙ୍ଗି ଭିତରକୁ ଯାଇଥିଲେ । ଭିତରେ ଥିବା ଏକ ଘର ଓ ଅନ୍ୟ ନିର୍ମାଣକୁ ହଟାଇବାକୁ ଯିବାବେଳେ କଂଗ୍ରେସର ଦୁଇ ବିଧାୟକ ହଠାତ୍‌ ସେଠାରେ ପହଞ୍ଚି ଯାଇଥିଲେ । ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଧିକାରୀଙ୍କୁ ନାଲିଆଖି ଦେଖାଇବା ସହ ଉଚ୍ଛେଦ ବନ୍ଦ କରିବାକୁ କହିଥିଲେ । ସେମାନଙ୍କ କର୍ମୀମାନେ ମଧ୍ୟ ହୋହଲ୍ଲା ଓ ନାରାବାଜି କରିଥିଲେ । ଏଣୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବାଧ୍ୟ ହୋଇ ଫେରି ଯାଇଥିଲେ ।

   Related Posts