Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପିତାଙ୍କ ମୃତ୍ୟୁ ପରେ ବନ୍ଦ ହୋଇଥିଲା ପଢ଼ା, ଏବେ ବିଏ ପରୀକ୍ଷା ଦେଉଛନ୍ତି ୬୨ ବର୍ଷୀୟ ବିଧାୟକ

7/03/2021 at 6:28 PM

ନୂଆଦିଲ୍ଲୀ ୦୭/୦୩: ବିଧାୟକଙ୍କ ପାଠ ନିଶା। ଶିକ୍ଷା ମଣିଷ ଜୀବନର ମାନଦଣ୍ଡ ବୋଲି କୁହାଯାଏ। ଶିକ୍ଷା ବିନା ମଣିଷ ଜୀବନ ଅନ୍ଧକାର। ଏହାକୁ ହୃଦୟଙ୍ଗମ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜଣେ ବିଜେପି ବିଧାୟକ।  ପାଠ ଛାଡ଼ିବାର ପ୍ରାୟ ୪୦ ବର୍ଷ ପରେ ପଢ଼ା ଆରମ୍ଭ କରିବା ସହ ଏବେ ବିଏ ପରୀକ୍ଷା ଦେଉଛନ୍ତି ବିଧାୟକ। ରାଜନୀତିରେ ସଫଳ କ୍ୟାରିୟର ଥିଲେ ହେଁ ଶିକ୍ଷାକୁ ସମ୍ବଳ କରିବାକୁ ମନସ୍ତ କରିଛନ୍ତି ରାଜସ୍ଥାନର ୬୨ ବର୍ଷୀୟ ବିଧାୟକ ଫୁଲ ସିଂହ ମୀନା।

ବିଏ ଶେଷ ବର୍ଷ ପରୀକ୍ଷା ଦେଇଥିବା ବେଳେ ପୁଣି ଥରେ ବହିକୁ ସାଥି କରିବାକୁ ତାଙ୍କର ୫ ଝିଅ ଉତ୍ସାହିତ କରିଥିବା ଜଣାପଡ଼ିଛି। ମିଡିଆରେ ପ୍ରକାଶିତ ଖବର ମୁତାବିକ ଉଦୟପୁର ଅଞ୍ଚଳର ବିଧାୟକ ଫୁଲ ସିଂହ ଉଦୟପୁରର କୋଟା ମୁକ୍ତ ବିଶ୍ବବିଦ୍ୟାଳୟରେ ପରୀକ୍ଷା ଦେଉଥିଲେ। ନିକଟରେ ସେ ରାଜନୀତି ବିଜ୍ଞାନରେ ପରୀକ୍ଷା ଦେବାକୁ ଆସିଥିବା ବେଳେ ରାଜନୀତି ଭଳି ଶିକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଉଦୟପୁର ଗ୍ରାମୀଣରୁ ଦୁଇ ଥର ବିଧାୟକ ହୋଇଥିବା ମୀନା ଉଦୟପୁର ନଗରପାଳିକାରେ ବୋର୍ଡ ସଦସ୍ୟ ଥିଲେ।

ରାଜନୀତିରେ ବହୁତ ପରୀକ୍ଷା ପାସ କରିଥିବା ବେ​‌ଳେ ତାଙ୍କ ପାଖରେ କୌଣସି ଡିଗ୍ରି ନଥିବା ନେଇ ସେ ଦୁଃଖିତ ହେଉଥିଲେ। ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବିଧାୟକ ପୁଣି ଥରେ ପଢ଼ା ଆରମ୍ଭ କରିଥିଲେ। ଫୁଲ ସିଂହ କହିଛନ୍ତି ପିତାଙ୍କ ଦେହାନ୍ତ ପରେ ସେ ପାଠ ପଢ଼ା ଛାଡ଼ିଥିଲେ। ତାଙ୍କ ପିତା ସେନାରେ ଥିଲେ। ପରିବାର ପୋଷଣ ପାଇଁ ସେ ଚାଷ କରିବାକୁ ଆରମ୍ଭ କରିଥିଲେ। କିନ୍ତୁ ନିଜର ୫ ଝିଅଙ୍କୁ ଶିକ୍ଷିତ କରିବାକୁ ସେ ପରିଶ୍ରମ କରିଥିଲେ।

୪ ଜଣ ପିଜି କରିଥିବା ବେଳେ ଜଣେ ଝିଅ ଆଇନ୍‌ରେ ଡିଗ୍ରି ହାସଲ କରିବାକୁ ଯାଉଛନ୍ତି। ୨୦୧୩ରେ ବିଧାୟକ ହେବା ପରେ ତାଙ୍କର ଝିଅମାନେ ତାଙ୍କୁ ପଢ଼ା ଆରମ୍ଭ କରିବାକୁ କହିଥିଲେ। ୨୦୧୩ରେ ଦଶମ ଶ୍ରେଣୀରେ ପଢ଼ା ଆରମ୍ଭ କରିବାକୁ ଝିଅମାନେ ଉତ୍ସାହିତ କରିଥିଲେ ବୋଲି ସେ କହିଛନ୍ତି। ଦଶମ ଶ୍ରେୀଣୀରେ ଉତିର୍ଣ୍ଣ ହେବା ପରେ ଦ୍ବାଦଶ ପରୀକ୍ଷା ଦେଇଥିଲେ ବିଧାୟକ। ଏବେ ସେ ବିଏ ପରୀକ୍ଷା ଦେଇଛନ୍ତି ଖୁବଶୀଘ୍ର ଗ୍ରାଜୁଏଟ ହୋଇଯିବେ ବୋଲି ଖୁସି ବ୍ୟକ୍ତ କରିଛନ୍ତି ବିଧାୟକ ଫୁଲ ସିଂହ ମୀନା।

   Related Posts