ବାଇକ୍ ଧକ୍କାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆହତ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | October 04, 2021 IST

ଫୁଲବାଣୀ ୪।୧୦: ବାଇକ୍ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆହତ ହୋଇଛନ୍ତି । ତାଙ୍କର ହାତ ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି ।  

ସୂଚନାଯୋଗ୍ୟ ଯେ, ବିଧାୟକ ଅଙ୍ଗଦ କହଁର ବାଇକ୍ ଯୋଗେ ନିଜ ଗ୍ରାମ ପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ବିପରୀତ ଦିଗରୁ ଏକ ବାଇକ୍ ଆସି ଧକ୍କା ଦେବା ଫଳରେ ସେ ବାଇକରୁ ଖସିପଡ଼ିବା ଫଳରେ ସେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.