ହରିୟାଣାରେ ମନୋହର ଲାଲ୍ ଖଟ୍ଟର ହେବେ ମୁଖ୍ୟମନ୍ତ୍ରୀ , ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ : ଆଜି ଶପଥ

Published By : Prameya-News7 Bureau | October 27, 2019 IST

ଚଣ୍ଡିଗଡ଼ ୨୭/୧୦: ହରିୟାଣାରେ ପୁଣି ବିଜେପି ସରକାର । ଆଜି ଦୀପାବଳିରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମନୋହର ଲାଲ୍ ଖଟ୍ଟର ।  ଅପରାହ୍ଣ ୨ଟା ୧୫ରେ ଶପଥ ସମାରୋହ ଆୟୋଜନ ହୋଇଛି । ହରିୟାଣାରେ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି ।

{"id":175325}

ତେବେ ଉପମୁଖ୍ୟମନ୍ତ୍ରୀ ଭାବେ ଦୁଶ୍ୟନ୍ତ ଚୌତାଲା ଶପଥ ନେବେ । ଦୁଶ୍ୟନ୍ତଙ୍କ ବଦଳରେ ତାଙ୍କ ମା’ ନୈନା ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ କେତେକ ପ୍ରସ୍ତାବ ଉପରେ ମଧ୍ୟ ଗତକାଲି ଜେଜେପି ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ ଶେଷରେ ଦୁଶ୍ୟନ୍ତଙ୍କ ନାମ ହିଁ ଚୂଡ଼ାନ୍ତ ହୋଇଥିଲା । ୯୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କୌଣସି ଦଳ ବହୁମତ ପାଇ ନ ଥିବାବେଳେ, ଜେଜେପି ସମର୍ଥନରେ ବିଜେପି ସରକାର ଗଢୁଛି । ଏ ନେଇ ଗତକାଲି ସକାଳେ ଚଣ୍ଡୀଗଡ଼ରେ ବିଧାୟକ ଦଳ ବୈଠକ ବସିଥିଲା ।

{"id":175328,"width":580,"height":405}

ଏଥିରେ ସର୍ବସମ୍ମତି କ୍ରମେ ମନୋହରଲାଲ୍ ଖଟ୍ଟରଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା । ଏହା ପରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବା ଲାଗି ଦାବି ଜଣାଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ବିଜେପିର ହରିୟାଣା ମୁଖ୍ୟ ସୁଭାଷ ବରାଳ ମଧ୍ୟ ଉପସ୍ଥିତ ଥିଲେ । ତେବେ ଗୋପାଳ କାଣ୍ଡାଙ୍କୁ ନେଇ ବିବାଦ ତେଜିବା ପରେ ବିଜେପି ତାଙ୍କ ସମର୍ଥନ ଲୋଡିବ ନାହିଁ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.