ବ୍ରହ୍ମପୁର ଏମ୍‌କେସିଜି ଓପିଡିରେ ସେବା ଆରମ୍ଭ

Published By : Prameya-News7 Bureau | August 13, 2020 IST

ବ୍ରହ୍ମପୁର ୧୩।୦୮: ବ୍ରହ୍ମପୁର MKCG ମେଡିକାଲର ଓପିଡିକୁ ଆଜିଠାରୁ ଖୋଲାଯାଇଛି । ପୂର୍ବପରି ଆଜିଠାରୁ  ରୋଗୀ ସେବା ଆରମ୍ଭ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ OPDକୁ ବନ୍ଦ କରିଥିଲା ।ତେବେ ଜିଲ୍ଲାରେ କରୋନା ସଂକ୍ରମଣ ହାର କମିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖରୁ ବିଧିବଦ୍ଧ ଭାବରେ OPD ଖୋଲିବ । ଆଜି ଏବଂ କାଲି ବ୍ୟବସ୍ଥା ତଦାରଖ କରାଯିବ । ତେବେ ଆଜି କିଛି ରୋଗୀ ଓପିଡିରେ ଦେଖାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.