Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରହ୍ମପୁର ବଡ ମେଡିକାଲରେ ଉତ୍ତେଜନା -ରୋଗୀର ସଂପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ, ଡାକ୍ତରଙ୍କ ନାମରେ ପାଲଟା ଅଭିଯୋଗ ଦେଲେ ସମ୍ପର୍କୀୟ

9/09/2019 at 10:56 PM

 ବ୍ରହ୍ମପୁର ୯।୯ –  ବ୍ରହ୍ମପୁର  ଏମ୍‌କେସିଜି ମେଡିକାଲ କଲେଜ୍‌ରେ  ଡାକ୍ତରଙ୍କୁ ରୋଗୀଙ୍କର ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଛି ।  କାର୍ଯ୍ୟରତ ଡାକ୍ତର ବୈଦ୍ୟନାଥପୁର ଥାନାରେ  ମାଡ ମାରିଥିବା ରୋଗୀଙ୍କ ସଂପର୍କୀୟ ଙ୍କ ବିରୁଦ୍ଧରେ ପୁଲିସ୍ ୪ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତରାୟ  ସୂଚନା ଦେଇଛନ୍ତି । ମେଡକାଲ୍ ଅଧ୍ୟକ୍ଷ  ଓ ସୁପରିଟେଣ୍ଟଣ୍ଟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଏହାପରେ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଛି ।  ସର୍ଜରି ଡାକ୍ତର ମନଜ କୁମାର ବେହେରା ଙ୍କୁ ମାଡ଼ ହୋଇଥିବା ସେ ଅଭିଯୋଗ କରିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଡାକ୍ତର ତାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ।  ଗଜପତି ଜିଲ୍ଲା ଅଡବା ଅଞ୍ଚଳର ଅନୀଲ ନାୟକ ନାମକ ଜଣେ ଯୁବକ ତାଙ୍କ ମା ଙ୍କୁ ନେଇ ଆଜି ରାତି ୮ ଟା ସମୟରେ ଵ୍ରହ୍ମପୁର ବଡ ମେଡିକାଲ କୁ ଆସିଥିଲେ । ମା ଙ୍କୁ ପିଟସ୍‌ ରୋଗ ବାହାରିଛି ବୋଲି କହି ଅନୀଲ ଡାକ୍ତରଙ୍କୁ ନେହୁରା ହୋଇ କହିଥିଲେ ମଧ୍ୟ କେହି ଡାକ୍ତର କାଜୁଆଲଟି ରେ ଅନିଲଙ୍କ ମା ଙ୍କୁ ଦେଖିନଥିଲେ ।  ପରେ ଅନୀଲ ଜଣେ ଡାକ୍ତରଙ୍କ ହାତ ଧରି ତୁରନ୍ତ ମା ଙ୍କୁ ଦେଖିବା ପାଇଁ ଜିଦ କରିଥିଲେ । ଏହି ସମୟରେ ଡାକ୍ତର ଜଣକ ଉତକ୍ଷିପ୍ତ ହୋଇ ଅନିଲଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  ଅପରପକ୍ଷେ ଡାକ୍ତରଙ୍କୁ ମଧ୍ୟ ଅନୀଲ ମାଡ଼ ମାରିଥିବା ଅଭିଯୋଗ ହୋଇଛ।  ଏ ନେଇ ଅନୀଲ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେଠାରେ  ଡାକ୍ତର ଛାତ୍ର ମାନେ ଅନିଲଙ୍କୁ ଘେରି ଯାଇଥିଲେ । ପୋଲିସ ଠିକ ସମୟରେ ଘଟଣା ସ୍ଥଳରେ ପହଞ୍ଚି ଅନିଲଙ୍କୁ ବୈଦ୍ୟନାଥ ପୁର ଥାନାକୁ ଆଣିଥିଲା । ପରେ ଡାକ୍ତର ଛାତ୍ରମାନେ ଥାନା ଘେରିଥିଲେ । ପୋଲିସ କୌଶଳ କ୍ରମେ ଅନିଲଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦେଇଥିଲା । ଡାକ୍ତର ଛାତ୍ର ମାନେ ଏହା ଜାଣି ମେଡିକାଲ କୁ ଯାଇ ସେଠାରେ କାଜୁଆଲଟି କୁ ବନ୍ଦ କରିଦେଇଥିବା ସୂଚନା ।   ପୋଲିସ ମେଡ଼ିକାଲ ରେ ଛାଉଣୀ ହୋଇ ଅଛନ୍ତି ।

ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ରାସ୍ତା କଡରେ ଦୁଇଜଣ ଡାକ୍ତର ଚିକିତ୍ସା କରି ଛୁଆ ଜନ୍ମ କରାଇ ସାରା ରାଜ୍ୟରେ ସୁନାମ ଅର୍ଜିବା ସହ ମାନବିକତାର ପରିଚୟ ଦେଇଥିବା ବେଳେ ଆଜି ଜଣେ ଡ଼ାକ୍ତର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ଘଟଣା ନିହାତିଭାବେ ଦୁଃଖ ଦେଇଛି। ବର୍ତମାନ ପରିସ୍ଥିତି ଗମ୍ଭୀର ରହିଛି

   Related Posts