ସରକାରଙ୍କ ନିଷ୍ପତ୍ତିକୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଛାତ୍ର ସଂଘର ବିରୋଧ

Published By : Prameya-News7 Bureau | March 12, 2021 IST

ବ୍ରହ୍ମପୁର, ୧୨/୦୩: ରାଜ୍ୟରେ ଅଣଓଡ଼ିଆ ଡାକ୍ତରଙ୍କୁ ନିଯୁକ୍ତି ଦେବା ନେଇ ସରକାରଙ୍କ ନିଷ୍ପତ୍ତିକୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ ଛାତ୍ର ସଂଘ ବିରୋଧ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନର ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଡାକ୍ତର ଅଭାବ ପୂରଣ କରିବା ପାଇଁ ରାଜ୍ୟ ସରକାର ବାହର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ଡାକ୍ତରୀ ଛାତ୍ର ସଂଘ ବିରୋଧ କରିଛନ୍ତି ।

ଛାତ୍ର ସଂଘ ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି । ପାସ୍ ଆଉଟ୍ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା,  ଅସ୍ଥାୟୀ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଅଣ ଓଡିଆ ଡାକ୍ତର ନିଯୁକ୍ତି ନିଷ୍ପତ୍ତିରୁ ସରକାର ନିବୃତ୍ତ ରହିବା ପ୍ରମୁଖ ଦାବିରେ ସେମାନେ ଅଟଳ ରହିଥିବା ବେଳେ ଏମ୍‌କେସିଜି ମେଡିକାଲ କଲେଜ୍ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ଆଜି ସନ୍ଧ୍ୟାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.