ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ, ଗୁରୁତର ରୋଗୀଙ୍କୁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି

Published By : Prameya-News7 Bureau | July 08, 2020 IST

ବ୍ରହ୍ମପୁର ୦୮।୦୭: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ଓ ଭୁବନେଶ୍ୱରରୁ ଯେପରି ଭାବେ ମେଡିକାଲରୁ ସଂକ୍ରମିତ ଚିହ୍ନଟ ହୋଇଥିଲା ତାହାକୁ ଦୃଷ୍ଟିରେ ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ କରାଯାଇଛି ।

{"id":297577,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ କରାଯାଇଛି ।  କେବଳ ଗୁରୁତର ରୋଗୀଙ୍କୁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି ଦିଆଯିବ ।  ରୋଗୀଙ୍କ ସହ ଜଣେ ସମ୍ପର୍କୀୟଙ୍କୁ ଭିତରକୁ ଯାଇପାରିବେ ।  ମୁଖ୍ୟ ଫାଟକକୁ ଛାଡ଼ି ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି । ଯଦି କେହି ନିୟମ ଉଲଂଘ୍ନ କରନ୍ତି ତେବେ ସ୍ବାସ୍ଥ୍ୟ ବିକାଶ ସମିତି ଏକାଉଣ୍ଟେଣ୍ଟରେ ଜରିମାନା ଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମାସ୍କ୍ ପରିଧାନ କରିବା ବାଧ୍ୟତା ମୂଳକ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.