Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ତାମିଲନାଡୁରେ ଏବେ ଷ୍ଟାଲିନ୍ ସରକାର, ମେ’ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏମ.କେ. ଷ୍ଟାଲିନ୍

3/05/2021 at 4:49 PM

ଚେନ୍ନାଇ ୩।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ସଫଳତା ପାଇବା ପରେ ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ୍ ମେ’ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ । ବିଜୟ ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ, ସେ ଖୁବ୍ ଶୀଘ୍ର ଶପଥ ଗ୍ରହଣ ସମାରୋହର ତାରିଖ ଘୋଷଣା କରିବେ ଏବଂ ନିର୍ବାଚନ ପ୍ରତିଶ୍ରୁତିକୁ ଧିରେ ଧିରେ ପୂରଣ କରିବେ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଧ୍ୟ ଷ୍ଟାଲିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦି ଟ୍ବିଟ୍ କରି ଲେଖିଛନ୍ତି ଯେ, ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ବିଜୟ ପାଇଁ ଏମ କେ ଷ୍ଟାଲିନ୍ ଏବଂ ଡିଏମକେକୁ ଅଭିନନ୍ଦନ । ଜାତୀୟ ପ୍ରଗତିକୁ ଆଗକୁ ନେବା, ଆଞ୍ଚଳିକ ଆକାଂକ୍ଷାକୁ ପୂରଣ କରିବା ଏବଂ କୋଭିଡ୍-୧୯ ମହାମାରୀକୁ ପରାସ୍ତ କରିବା ପାଇଁ ଆମେ ମିଳିତ ଭାବେ କାମ କରିବା ।

ଷ୍ଟାଲିନ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଏହି ମେଣ୍ଟକୁ ନିର୍ବାଚନରେ ​​ଜିତାଇ ଥିବାରୁ ତାମିଲନାଡୁବାସୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଆମେ ଧୀରେ ଧୀରେ ଆମ ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବୁ । ସେ କହିଛନ୍ତି ଯେ, ସମସ୍ତ ଜାତୀୟ ନେତାଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋତେ ଶୁଭେଚ୍ଛା ଜଣାଇଛନ୍ତି ।ମୁଁ ସେମାନଙ୍କ ପରାମର୍ଶକୁ ଧ୍ୟାନରେ ରଖି କାମ କରିବି ।

   Related Posts