#Me Too : ଏମ.ଜେ. ଆକବରଙ୍କ ମାମଲାର ଆଜି କୋର୍ଟରେ ଶୁଣାଣି ; ଇସ୍ତଫା ଦେବା ପୂର୍ବରୁ ୭୨ଘଣ୍ଟାରେ ୪କେନ୍ଦ୍ରମନ୍ତ୍ରୀଙ୍କ ସହ ଅଜିତ ଡୋଭାଲଙ୍କୁ ଭେଟିଥିଲେ

Published By : Prameya-News7 Bureau | October 18, 2018 IST

ନୂଆଦିଲ୍ଲୀ ୧୮|୧୦: ଯୌନ ଶୋଷଣ ମାମଲାରେ ଶେଷରେ ବୈଦଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏମ୍.ଜେ. ଆକବର ।  #Me Too କ୍ୟାମ୍ପେନ ଜରିଆରେ ତାଙ୍କ ଉପରେ ୧୦ ଦିନରେ ୧୬ ମହିଳା ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ଆକବର ରବିବାର ଦିନ ନାଇଜେରିଆରୁ ଗସ୍ତରୁ ଫେରିବା ପରେ ଇସ୍ତଫା ଦେବା ପର୍ଯ୍ୟନ୍ତ ୭୨ଘଣ୍ଟାରେ ସେ ୪ଜଣ କେନ୍ଦ୍ର ମନ୍ତ୍ରୀ- ଅରୁଣ ଜେଟଲୀ, ନିତିନ ଗଡକରୀ, ସୁଷମା ସ୍ବରାଜ ଏବଂ ରାଜନାଥ ସିଂହଙ୍କୁ ଭେଟିଥିଲେ । ବୁଧବାର ସକାଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋବାଲଙ୍କ ସହ ତାଙ୍କର ବୈଠକ ହୋଇଥିଲା । କୁହାଯାଉଛି ଯେ ଏନଏସଏଙ୍କ ସହ ବୈଠକରେ ହିଁ ମନ୍ତ୍ରୀ ପଦ ଛାଡିବାର ନିଷ୍ପତ୍ତି ହୋଇଥିଲା । ତେବେ ଏମ.ଜେ. ଆକବରଙ୍କ ବିରୋଧରେ ପ୍ରଥମେ ସାମ୍ବାଦିକା ପ୍ରିୟା ରମାନୀ ଅଭିଯୋଗ ଆଣିଥିଲେ । ଏହାପରେ ଏମ.ଜେ.ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ପଟିଆଲା ହାଉସ୍ କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରି ୯୭ ଜଣ ଓକିଲଙ୍କୁ ନିଯୁକ୍ତ କରିଥିଲେ । ଏହା ଉପରେ ଆଜି ଶୁଣାଣି ହେବ । ୨୦ଜଣ ମହିଳା ତାଙ୍କ ବିରୋଧରେ ଆଜି ପଟିଆଲା ହାଉସ୍ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.