Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଥମୁନି ବିବାଦ, ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ ୭ଜଣଙ୍କ ନାଁରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

31/07/2021 at 10:01 AM

ନୂଆଦିଲ୍ଲୀ ୩୧।୦୭: ଥମୁନି ସୀମା ବିବାଦ । ଆସାମ ମୁଖ୍ୟମନ୍ତ୍ରୀଙ୍କ  ହିମନ୍ତ ଶର୍ମାଙ୍କ  ସମେତ ରାଜ୍ୟର ୪ ବରିଷ୍ଠ ଅଧିକାରୀ ଓ ୨ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ମିଜୋରାମ ପୋଲିସ ।  କିଲାସିବ୍ ଜିଲ୍ଲାର ବାରାଙ୍ଗପତେ ନଗରରେ ଉପକଣ୍ଠ ଅଞ୍ଚଳରେ ହୋଇଥିବା ହିଂସା ମାମଲାରେ କେସ୍‌ ରୁଜୁ ହୋଇଛି । ଏହି ସମସ୍ତ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ଏନେଇ  ଶୁକ୍ରବାର ମିଜୋରାମ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମିଜୋରାମ୍ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, ଏହି ସବୁ ଲୋକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ସମେତ ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୀମା ନଗର ନିକଟରେ ମିଜୋରାମ ଓ ଆସାମ ପୋଲିସ ମଧ୍ୟରେ ହିଂସା ହୋଇଥିଲା । ଯାହାକୁ ଆଧାର କରି ସୋମବାର ଦିନ ବିଳମ୍ବିତ ରାତିରେ ରାଜ୍ୟ ପୋଲିସ ବାରାଙ୍ଗତେ ଥାନାରେ ପ୍ରାଥମିକ କେସ୍‌ ରୁଜୁ କରିଥିଲା । ଆସାମ ପୋଲିସ ୨୦୦ ଅଜଣା ବ୍ୟକ୍ତିଙ୍କ ନାମରେ କେସ୍‌ ମଧ୍ୟ ରୁଜୁ ହୋଇଛି ।

ସେହିପରି ଆସାମ ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସବୁ ଅଧିକାରୀଙ୍କୁ ୨୮ ଜୁଲାଇକୁ ସମନ୍‌ ଜାରି କରାଯାଇଛି । ଏହାର ୨ ଦିନ ପୂର୍ବରୁ କଛାର ଜିଲ୍ଲାର ଲୈଲାପୁରରେ ଆସାମ ଓ ମିଜୋରାମ୍ ପୋଲିସ ମଧ୍ୟରୁ ସଂଘର୍ଷ ହୋଇଥିଲା । ଯେଉଁଥିରେ ଆସାମ ପୋଲିସର ୫ଜଣ ସୁରକ୍ଷାକର୍ମୀ ଓ ଜଣେ ନିବାସୀଙ୍କ ମୃତ୍ୟୁ ହୋଇଥିଲା । ଏହାସହିତ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ମାମଲାକୁ ଆଧାର କରି ଧୋଲାଇ ଥାନାରେ  ଏକ ମାମଲା ରୁଜୁ କରାଯାଇଛି । ମିଜୋରାମ ପୋଲିସ ଦ୍ୱାରା ସମସ୍ତଙ୍କ ଅଲଗା ଅଲଗା ନୋଟିସ କରାଯାଇଛି ।  

   Related Posts