Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଡାକ୍ତରଖାନାରେ ଡାକ୍ତର ନଥିଲେ, ଗର୍ଭବତୀଙ୍କ ବେଦନା ଦେଖି ପାରିଲେନି ବିଧାୟକ, ଅସ୍ତ୍ରୋପଚାର କରି କଲେ ଡେଲିଭରୀ

11/08/2020 at 9:45 PM

ଆଇଜଲ ୧୧।୦୮: ମିଜୋରାମର ବିଧାୟକ ଜେଆର ଥିଆମସାଙ୍ଗ ନିଜ ନିର୍ବାଚନୀ ଅଞ୍ଚଳ ଚମ୍ପାଇ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଭୂକମ୍ପ ପ୍ରଭାବିତ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ହେଲେ ସେହି ସମୟରେ ସେ ଜଣେ ଜରୁରୀକାଳୀନ ସିଜରିୟାନ ଭୂମିକା ନିର୍ବାହ କରି ଜଣେ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କରି ପ୍ରସବ କରାଇଥିଲେ। ସବୁଠୁ ବଡ କଥା ସେହି ସମୟରେ ଡାକ୍ତରଖାନାରେ ଡାକ୍ତର ମଧ୍ୟ ଉପସ୍ଥିତ ନଥିଲେ।

ସୂଚନାଯୋଗ୍ୟ ଥିଆମସାଙ୍ଗ ପେଶାରେ ଜଣେ ଡାକ୍ତର। ସେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ। ସର୍ବଦା ସେ ଦୂର ଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳକୁ ଗଲା ବେଳେ ଜରୁରୀକାଳୀନ ଚିକିତ୍ସା ପାଇଁ ନିଜ ପାଖରେ ସର୍ବଦା ଷ୍ଟେଥୋସ୍କୋପ ରଖିଥାନ୍ତି। ସେ ମହିଳାଙ୍କ ବେଦନ ଦେଖି ପାରିନଥିଲେ ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର କରି ପ୍ରସବ କରାଇଥିଲେ।

ନିକଟରେ ହୋଇଥିବା ଭୁକମ୍ପର କ୍ଷୟକ୍ଷତିର ଆକଳନ କରିବା ପାଇଁ ସୋମବାର ସେ ମିଆଁମାର ସୀମାନ୍ତ ସ୍ଥିତ ନିଜର ନିର୍ବାଚନୀ ମଣ୍ଡଳୀ ଉତ୍ତର ଚମ୍ପାଇ ଅଞ୍ଚଳ ଗସ୍ତ କରିଥିଲେ। ସେହି ସମୟରେ ସୁଦୂର ନଗୁର ଗାଁର ସି ଲାଲମଙ୍ଗାଇସଙ୍ଗି(୩୮)ଙ୍କ ଦ୍ଵିତୀୟ ସନ୍ତାନ ଜନ୍ମ ପାଇଁ ପ୍ରସବଜନିତ ଯନ୍ତ୍ରଣା ଆରମ୍ଭ  ହୋଇ ଯାଇଥିଲା। ରକ୍ତସ୍ରାବ ମଧ୍ୟ ହୋଇଥିଲା। ତାଙ୍କ ସ୍ଥିତି ଗୁରୁତର ଥିଲା।

ବିଧାୟକ କହିଛନ୍ତି ଚମ୍ପଇ ହସ୍ପିଟାଲର ଚିକିତ୍ସା ଅଧିକାରୀ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଛୁଟିରେ ଥିଲେ। ମହିଳା ପ୍ରାୟ ୨୦୦ କିଲୋମିଟର ଦୂର ଆଇଜଲ ଯାତ୍ରା କରି  ହସ୍ପିଟାଲ ଆସିବା ସ୍ଥିତିରେ ନଥିଲେ। ଯେବେ ମୋତେ ମହିଳାଙ୍କ ସ୍ଥିତି ବିଷୟରେ ସୂଚନା ମିଳିଲା, ମୁଁ ତୁରନ୍ତ ହସ୍ପିଟାଲ ପହଞ୍ଚି ମହିଳାଙ୍କ ଜରୁରୀକାଳୀନ ଅପରେସନ କରାଇଲି।

ମା ଏବଂ ଶିଶୁ ସୁସ୍ଥ ଥିବା ସେ କହିଛନ୍ତି। ଥିଆମସାଙ୍ଗ କହିଛନ୍ତି ଆବଶ୍ୟକସ୍ଥଳେ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କର ଦାୟିତ୍ଵ। ଜୁନ ମାସରେ ମଧ୍ୟ ସେ ଚର୍ଚ୍ଚାରେ ରହିଥିଲେ। ଯେବେ ସେ ଏକ ନାଳ ଅତିକ୍ରମ କରି ଭାରତ-ମିଆଁମାର ସୀମାରେ ପ୍ରହରା ଦେଉଥିବା ଜଣେ ଅସୁସ୍ଥ ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିଥିଲେ।

ସେ ମିଜୋ ନ୍ୟାସନାଲ ଫ୍ରଣ୍ଟରେ ଟିକେଟ୍ ପାଇ ୨୦୧୮ରେ ନିର୍ବାଚନ ଲଢିଥିଲେ ଏବଂ କଂଗ୍ରେସର ବିଧାୟକ ଟିଟି ଝୋଟସଙ୍ଗାକୁ ପରାସ୍ତ କରିଥିଲେ।

   Related Posts