ମିଜୋରାମରେ ମନ୍ତ୍ରୀଙ୍କ ଘୋଷଣା : ଅଧିକ ପିଲାଥିବା ମାତାପିତାଙ୍କୁ ଦିଆଯିବ ୧ଲକ୍ଷ ଟଙ୍କାର ପୁରସ୍କାର

Published By : Prameya-News7 Bureau | June 22, 2021 IST

ମିଜୋରାମ ୨୨/୬ : ମିଜୋରାମ ମନ୍ତ୍ରୀଙ୍କ ଅଜବ ଘୋଷଣା । ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ପ୍ରଦାନ କରିବେ ୧ ଲକ୍ଷ ଟଙ୍କାର ନଗଦ ପ୍ରୋତ୍ସାହନ । ତାଙ୍କ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ ମିଜୋ ସମ୍ପ୍ରଦାୟକୁ ବୃଦ୍ଧି କରିବାକୁ ଉତ୍ସାହିତ କରିବା । ତେବେ କ୍ରୀଡା ମନ୍ତ୍ରୀ ରବର୍ଟ ରୋମାଭିଆ ରୋଏଟ୍ ସର୍ବନିମ୍ନ ଶିଶୁ ସଂଖ୍ୟା ଉଲ୍ଲେଖ କରି ନାହାଁନ୍ତି ।

ଏହି ଘୋଷଣା ଏପରି ଏକ ସମୟରେ କରାଯାଇଛି ଯେତେବେଳେ ଦେଶର ଅନେକ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ସମର୍ଥନ କରୁଛନ୍ତି । ରବିବାର ଦିନ ଫାଦର୍ସ ଡେ ଅବସରରେ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସେ ୧ ଲକ୍ଷ ଟଙ୍କା ନଗଦ ରାଶି ପ୍ରୋତ୍ସାହନ ଦେବେ । କେବଳ ନଗଦ ରାଶି ନୁହେଁ ଏଭଳି ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍ ଏବଂ ଟ୍ରଫି ଦିଆଯିବ ବୋଲି ସେ ସୋମବାର ଏକ ବିବୃତ୍ତିରେ କହିଛନ୍ତି ।

ବୋଧହୁଏ ମନ୍ତ୍ରୀଙ୍କ ପୁଅର ଏକ ନିର୍ମାଣ ପରାମର୍ଶଦାତା କମ୍ପାନୀ ପ୍ରୋତ୍ସାହନ ରାଶି ବହନ କରିବେ । ମନ୍ତ୍ରୀ କହିଛନ୍ତି ଯେ ମିଜୋ ସମ୍ପ୍ରଦାୟରେ ଜନସଂଖ୍ୟା ଅଭିବୃଦ୍ଧିର ନିମ୍ନ ହାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ମିଜୋରାମରେ ଅନେକ ମିଜୋ ଜନଜାତି ବାସ କରନ୍ତି । ଅରୁଣାଚଳ ପ୍ରଦେଶ ପରେ ମିଜୋରାମର ସର୍ବନିମ୍ନ ଜନସଂଖ୍ୟା ଘନତା ରହିଛି । ଏଥି ସହିତ ପଡୋଶୀ ରାଜ୍ୟ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ତାଙ୍କ ସରକାର ଧୀରେ ଧୀରେ ଦୁଇ ଶିଶୁ ନୀତି କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.