Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଦୋହଲିଲା ମାଟି, ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା

5/07/2020 at 6:17 PM

ନୂଆଦିଲ୍ଲୀ ୦୫।୦୭: କରୋନା ସଙ୍କଟ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି। ରବିବାର ସକାଳେ ଲଦାଖରେ ଭୂମିକମ୍ପ ହୋଇଥିବା ବେଳେ ସନ୍ଧ୍ୟାରେ ୧୫ ମିନିଟ୍‌ ଅନ୍ତରାଳେ ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗୁଜରାଟର କଚ୍ଛରେ ରବିବାର ସନ୍ଧ୍ୟାରେ ଭୂକମ୍ପ ଝଟକା ଲାଗିଛି। କଚ୍ଛରେ ସନ୍ଧ୍ୟା ୫ଟା ୧୧ରେ ଭୂକମ୍ପ ହୋଇଥିବା ବେଳେ ଏହାର ୧୫  ମିନିଟ୍ ପରେ ମିଜୋରାମରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ଗୁଜରାଟର କଚ୍ଛରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ନିକଟରେ ରହିଛି। ଏହାର ୧୫ ମିନିଟ୍ ପରେ ଅର୍ଥାତ ୫ଟା ୨୬ରେ ମିଜୋରାମର ଚମ୍ପାଇ ଜିଲ୍ଲାରେ ୪.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୁକମ୍ପ ଝଟକା ପରେ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଥିଲେ।

ଗତ ୧୫ ଦିନ ହେବ ମିଜୋରାମରେ ପଞ୍ଚମ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସର୍ବ ପ୍ରଥମେ ରବିବାର ଜୁନ ୨୧ ତାରିଖ ସନ୍ଧ୍ୟାରେ ରାଜଧାନୀ ଆଇଜଲଠୁ ୨୫ କିଲୋମିଟର  ଉତ୍ତର-ପୂର୍ବରେ ପ୍ରାୟ ୪ଟା ୧୬ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ଏହା ପରେ ୧୨ ଘଣ୍ଟା ଭିତରେ ଚମ୍ପାଇରେ ୫.୫ ରିକ୍ଟରର ଭୂକମ୍ପ ଅନୁଭୂତ ହୋଇଥିଲା।

ଉଲ୍ଲେଖନୀୟ ଲଦାଖର କାରଗିଲରେ ଆଜି ଭୋର ୩ଟା ୩୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଥିଲା। ଭୂକମ୍ପର କେନ୍ଦ୍ର କାରଗିଲଠୁ ୪୩୩ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଥିଲା। ସୌଭାଗ୍ୟର କଥା ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ।

   Related Posts