Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନାର ନୂଆ ଭାରିଏଣ୍ଟ ପାଇଁ ଭିନ୍ନ ଟିକାର ମିଶ୍ରଣ କାମ କରିପାରେ, ନିଷ୍ପତ୍ତି ପୂର୍ବରୁ ଡାଟା ଜରୁରୀ: ଏମ୍ସ ନିର୍ଦ୍ଦେଶକ

26/06/2021 at 4:41 PM

ନୂଆଦିଲ୍ଲୀ ୨୬/୬: କରୋନା ଭୂତାଣୁ ମଣିଷଙ୍କ ପାଇଁ ଏକ ଅଭିଶାପ ହୋଇ ଛିଡ଼ା ହୋଇଛି। ଲହର ପରେ ଲହର ଆସୁଥିବା ବେଳେ ଭୂତାଣୁ ନିଜ ରୂପ ବଦଳାଇ ଲୋକଙ୍କ ଜୀବନ ନେଉଛି। ଆଲଫା, ବିଟା, ଗାମା, ଡେଲଟା, ଡେଲଟା ପ୍ଲସ୍‌ ଭଳି ଭାରିଏଣ୍ଟ ମଣିଷର ବୁଦ୍ଧିମତାକୁ ଚ୍ୟାଲେଞ୍ଜ କରୁଛି। କେଉଁ ଟିକା କେଉଁ ଭାରିଏଣ୍ଟ ପାଇଁ ପ୍ରଭାବଶାଳୀ ତାହା ମଧ୍ୟ କହିବାକୁ ବେଳେ ବେଳେ ବିଶେଷଜ୍ଞମାନେ ଅସମର୍ଥ ହେଉଛନ୍ତି। ଏବେ ୧୨ ଜିଲ୍ଲାକୁ ବ୍ୟାପିଥିବା ଡେଲଟା ପ୍ଲସ୍‌ ଭାରିଏଣ୍ଟ ପାଇଁ ଟିକାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଏହାରି ଭିତରେ ଦିଲ୍ଲୀ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି।

ଭିନ୍ନ ଭାରିଏଣ୍ଟ ଉପରେ ଟିକା ପ୍ରଭାବହୀନ ହୋଇପଡ଼ିବା ଆଶଙ୍କା ମଧ୍ୟରେ ଗୁଲେରିଆ କହିଛନ୍ତି ପ୍ରାୟତଃ ଦୁଇଟି ଅଲଗା ଟିକାର ଡୋଜ୍‌ ମିଶାଇ ନେଲେ ସୁଫଳ ମିଳିପାରେ। ଡାକ୍ତର ଗୁଲେରିଆଙ୍କ ମତରେ ଦୁଇ ଭିନ୍ନ ଭ୍ୟାକସିନର ଡୋଜ୍‌ ନେଲେ ଏହା କରୋନାର ବିଭିନ୍ନ ଭାରିଏଣ୍ଟ ଉପରେ ଭାରୀ ପଡ଼ିପାରେ। ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ଡାକ୍ତର ଗୁଲେରିଆ କହିଛନ୍ତି, କରୋନାର ଦୁଇଟି ଭ୍ୟାକସିନ୍‌ ମିଶ୍ରଣ କଲେ ଏହା ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍‌ ଭଳି ଅଧିକ ସଂକ୍ରମାକ ଭାରିଏଣ୍ଟକୁ ପ୍ରତିହତ କରିବାରେ ସହାୟକ ହେବାର ସମ୍ଭାବନା ରହିଛି। ଏମିତି କିଛି ନିଷ୍ପତ୍ତି ନେବା ପୂର୍ବରୁ ଆହୁରି ତଥ୍ୟର ଆବଶ୍ୟକତା ରହିଛି ବୋଲି ​‌ସେ କହିଛନ୍ତି।

ତେବେ ଦୁଇଟି ଭିନ୍ନ ଟିକାର ମିଶ୍ରଣ ଉପରେ ଗବେଷଣା ଚାଲିଥିବା ନେଇ ସରକାର ନିଜର ନୂଆ ଟିକା ନୀତିରେ ଜଣାଇଥିଲେ। ଡାକ୍ତର ଗୁଲେରିଆ କହିଛନ୍ତି, ‘ପ୍ରାଥମିକ ଗବେଷଣା ଅନୁସାରେ ଏହା ଏକ ବିକଳ୍ପ ହୋଇପାରେ । କିନ୍ତୁ ଆମକୁ ଆହୁରି ଡାଟାର ଆବଶ୍ୟକତା ରହିଛି । କେଉଁ ଦୁଇଟି ଟିକାର ମିଶ୍ରଣ ହେଲେ ଭଲ ପରିଣାମ ମିଳିବ ତାହା ଗବେଷଣାରୁ ଜଣାପଡ଼ିବ। ଏହା ଦ୍ବାରା ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି।’

ଗତ ସପ୍ତାହରେ ବ୍ରିଟେନରେ ଦୁଇଟି ଟିକା ମିଶ୍ରଣକୁ ନେଇ ଗବେଷଣା ହୋଇଥିଲା। ଦ ଲାନସେଣ୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ, ଗବେଷଣାରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରଥମେ ଆଷ୍ଟ୍ରାଜେନିକା ଟିକାର ଡୋଜ୍‌ ଦିଆଯାଇଥିଲା। ପରେ ସେମାନଙ୍କୁ ଫାଇଜର ଟିକା ଦିଆଯାଇଥିଲା। ଟିକା ନେବା ପରେ ଲୋକଙ୍କ ଶରୀରରେ ହାଲକା ପାର୍ଶ୍ବପ୍ରତିକ୍ରିୟା ପ୍ରକାଶ ପାଇଥିଲା।

କିନ୍ତୁ ଏଭଳି ଟିକା ନେବା ପରେ ଶରୀରରେ ଏହାର ପ୍ରଭାବ କେମିତି ପଡ଼ୁଛି ସେନେଇ ଡାଟା ମିଳିବା ବାକି ଅଛି। ତେବେ ଡେଲଟା ପ୍ଲସ୍‌ ଭାରିଏଣ୍ଟ ବିରୋଧରେ ଟିକା ପ୍ରଭାବହୀନ ହେବା ଆଶଙ୍କାକୁ ଖଣ୍ଡନ କରିଛନ୍ତି ଡାକ୍ତର ଗୁଲେରିଆ। ମ୍ୟୁଟେଡ୍‌ ଭାରିଏଣ୍ଟ ଯୋଗୁଁ ଟିକା ପ୍ରଭାବହୀନ ହେଉଛି କି ନାହିଁ ଜାଣିବା ପାଇଁ ଆହୁରି ତଥ୍ୟର ଆବଶ୍ୟକତା ଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।

   Related Posts