ଆମେରିକୀୟ ଔଷଧ କମ୍ପାନୀ ରୋଚ୍ ପ୍ରସ୍ତୁତ ଆଣ୍ଟିବଡି ମିକ୍ସଡ୍ ଡ୍ରିଙ୍କ୍ ଭାରତ ବଜାରକୁ ଆସିଲା, ଜଣେ ରୋଗୀଙ୍କ ପାଇଁ ଦାମ୍ ୫୯ ହଜାର ୭୫୦ ଟଙ୍କା, ବଜାରରେ ବିକ୍ରି ଦାୟିତ୍ୱ ନେଇଛି ସିପ୍ଲା

Published By : Prameya-News7 Bureau | May 24, 2021 IST

ନୂଆଦିଲ୍ଲୀ,୨୪/୦୫ : ଔଷଧ କମ୍ପାନୀ ରୋଚ୍ ଇଣ୍ଡିଆ ଓ ସିପ୍ଲା ମିଳିତ ଭାବେ ଭାରତରେ ଆଣ୍ଟିବଡି କକଟେଲ୍ ଲଞ୍ଚ୍ କରିଛନ୍ତି । ସୋମବାର ଏହି କକଟେଲ୍ ଲଞ୍ଚ୍ ହୋଇଛି । ଏହା କରୋନା ବିରୋଧରେ ଫଳପ୍ରଦ ହେବ ବୋଲି କମ୍ପାନୀ କହିଛି । ଏହାର ଗୋଟିଏ ଡୋଜ୍‌ର ଦାମ ୫୯୭୫୦ ଟଙ୍କା ।

ସିପ୍ଲା ଓ ରୋଡ୍ ଇଣ୍ଡିଆ ମିଳିତ ବୟାନରେ କହିଛନ୍ତି ଯେ, ଆଣ୍ଟିବଡି କକଟେଲ୍ ଏବେ ଭାରତରେ ଉପଲବ୍ଧ । ଏହାର ଦ୍ୱିତୀୟ ପର୍ଯ୍ୟାୟ ଡୋଜ୍ ଜୁନ୍ ମଧ୍ୟ ଭାଗ ଆଡକୁ ଭାରତରେ ଉପଲବ୍ଧ ହେବ । ମୋଟ୍ ୨ ଲକ୍ଷ ଆକ୍ରାନ୍ତଙ୍କ ଚିକିତ୍ସା ଏହା ଦ୍ୱାରା ହୋଇପାରିବ । ୧ ଲକ୍ଷ ଟଙ୍କାର ଗୋଟିଏ ପ୍ୟାକେଟରେ ୨ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇ ପାରିବ ।

ରୋଚ୍ ତରଫରୁ ବିକଶିତ ଏହି କକଟେଲରେ କୋସିରିବିମେବ୍ ଓ ଇମଡେଭିମ୍ୟାବ ରହିଛି । ଯାହାକୁ ଭାରତ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ସେଣ୍ଟ୍ରାଲ୍ ଡ୍ରଗ୍ କଣ୍ଟ୍ରୋଲ୍ ର୍ଗାନାଇଜେସନ୍ କରୋନା ମହାମାରୀକୁ ଦେଖି ଆଣ୍ଟିବଡି ଡ୍ରଗ୍‌ର ସମସ୍ତ ତଥ୍ୟକୁ ନୀରିକ୍ଷଣ କରିଥିଲା । ଏହାପରେ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।

ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୧୨୦୦ ଏମଜିର ଏହି କକଟେଲ୍ ୫୯୭୫୦ ଟଙ୍କା ପଡିବ । ଏହାର ମଲଟିଡୋଜ୍ ପ୍ୟାକ୍ ହେଉଛି ୧୧୯୫୦୦ ଟଙ୍କା । ଏହା ସମସ୍ତ ବଡ ହସ୍ପିଟାଲ ଓ କୋଭିଡ୍ ଟ୍ରିଟମେଣ୍ଟ୍ ସେଣ୍ଟରରେ ଉପଲବ୍ଧ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.