Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

COVID-19 ଚିକିତ୍ସାରେ ୪ଟି ଔଷଧର ମିଶ୍ରଣ ବ୍ୟବହାର କରୁଛନ୍ତି କହିଲେ କେରଳ ଡାକ୍ତର, ଦେଖାଯାଇଛି ଚମତ୍କାର

12/04/2020 at 3:33 PM

ଏର୍ଣ୍ଣାକୁଲମ ୧୨।୪: କରୋନା ସଂକ୍ରମିତଙ୍କ ଚିକିତ୍ସା ସମ୍ପର୍କରେ ପ୍ରଥମ ଥର ସୂଚନା ଦେଇଛନ୍ତି କେରଳୀ ଡାକ୍ତରମାନେ । ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ସଂକ୍ରମିତଙ୍କ ଚିକିତ୍ସା ଲାଗି ୪ଟି ଔଷଧର ମିଶ୍ରଣ ଉପଯୋଗ କରି ବେଶ ସଫଳ ହେଉଥିବା କହିଛନ୍ତି। ଜିଏମସି ଏର୍ଣ୍ଣାକୁଲମର ଡାକ୍ତରମାନେ ଏହି ଦାବି କରିଛନ୍ତି। ଏଥିପାଇଁ ସେମାନେ ଏଠାରେ ଚିକିତ୍ସିତ ହୋଇଥିବା ବ୍ରିଟିଶ ପର୍ଯ୍ୟଟକ ବ୍ରେନ ଲକ୍‌ଉଡଙ୍କ ଉଦାହରଣ ଦେଇଛନ୍ତି। 

ରାଜ୍ୟରେ କରୋନା ସଂକ୍ରମଣ ହୋଇନଥିବା ବେଳ କେରଳ ବୁଲି ଆସିଥିବା ବ୍ରିଟିଶ ପର୍ଯ୍ୟଟକ ଲକଉଡ୍‌ଙ୍କ କରୋନା ସନ୍ଦେହରେ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା। ମେଡିକାଲ କଲେଜରେ ଭର୍ତ୍ତି ହେବା ବେଳେ ତାଙ୍କୁ ସାମାନ୍ୟ ଜ୍ୱର ଥିବା ବେଳେ କଫ ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ  ହେଉଥିଲା। ଏଣୁ ଡାକ୍ତରମାନେ ପ୍ରଥମେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଦୂର କରିବାକୁ ଉଦ୍ୟମ କରିଥିଲେ। ଏଥିଲାଗି ତାଙ୍କର ଏକ୍ସ-ରେ କରାଯାଇଥିଲା। ହେଲେ ଏଥିରୁ  କିଛି ଜଣା ନ ପଡିବାରୁ ସିଟିସ୍କାନ କରାଯାଇଥିଲା।

ଲକଉଡ୍‌ ପ୍ରଥମ କରୋନା ରୋଗୀ ଯାହାଙ୍କର ଜିଓସି ଏର୍ଣ୍ଣାକୁଲମରେ ଏକ୍ସ-ରେ ଓ ସିଟି ସ୍କାନ କରାଯାଇଥିଲା। ତେବେ ପରେ ତାଙ୍କୁ ଏଚଆଇଭିର ୨ଟି ଭୂତାଣୁ ନିରୋଧୀ ଔଷଧ ସହ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଓ ଆଜିଥ୍ରୋମାଇସିନ ଦିଆଯାଇଥିଲା। ୧୦ ଦିନରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ବି ତାଙ୍କୁ ୧୭ ଦିନରେ ହସ୍ପିଟାଲରୁ ଡିଶ୍ଚାର୍ଜ କରାଯାଇଥିଲା।

ଲକଉଡ୍‌ଙ୍କ ପରେ ବି ଅନେକରୋଗୀ ଆସିଥିଲେ। ହେଲେ ଏଥିରୁ କରୋନା ସାଙ୍ଗକୁ ଡାଇବେଟିସ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ତେବେ ତାଙ୍କୁ ବିମାନବନ୍ଦରରୁ ଘରକୁ ନେଇଥିବା କ୍ୟାବ୍ ଡ୍ରାଇଭର କରୋନା ପଜେଟିଭ ଥାଇ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିଯାଇଥିବା ଡାକ୍ତରମାନେ ଦାବି କରିଛନ୍ତି।

   Related Posts