Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଲେ ଲକ୍ଷ୍ମୀ ନିବାସ ମିତ୍ତଲ, ଓଡ଼ିଶାରେ କରିବେ ୭ ବିଲିୟନ ଡଲାରର ପୁଞ୍ଜି ନିବେଶ

13/06/2020 at 7:29 PM

ଭୁବନେଶ୍ୱର, ୧୩|୦୬:   ଓଡ଼ିଶାରେ ମିତ୍ତଲ କରିବ ୭ ବିଲିୟନ ଡଲାରର ପୁଞ୍ଜି ନିବେଶ । ପାରାଦୀପ ପେଲେଟ୍ ପ୍ଲାଣ୍ଟର କ୍ଷମତା ୬ରୁ ୧୨ MTPA ବୃଦ୍ଧି କରିବା ସହ ଡାବୁନା ବେନିଫିକେଶନ ପ୍ଲାଣ୍ଟ ୫ରୁ ୧୬ MTPA ସଂପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ବିଶ୍ୱର ଏକ ନମ୍ବର ଷ୍ଟିଲ୍ କମ୍ପାନୀ ଆର୍ସେଲର ମିତ୍ତଲ । ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମିତଲ ଅଧ୍ୟକ୍ଷ ଏଲଏନ ମିତ୍ତଲଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି ।

ଏହି ଦୁଇ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ନିବେଶ ହେବ ୨ ହଜାର କୋଟି । କୋଭିଡ ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିଳ୍ପପତି ଏଲ୍ଏନ୍ ମିତ୍ତଲଙ୍କ ଭିତରେ ରାଜ୍ୟରେ ପୁଞ୍ଜିନିବେଶ ନେଇ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା ହୋଇଛି । ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ହିଁ ଓଡିଶାରେ  ମୂଲ୍ୟଯୁକ୍ତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ହେବ ବୋଲି ନବୀନ କହିଛନ୍ତି । ଓଡିଶା ସରକାରଙ୍କ କୋଭିଡ ମୁକାବିଲାକୁ ମିତ୍ତଲ ପ୍ରଶଂସା କରିଛନ୍ତି ।

ଆର୍ସେଲର୍ ମିତ୍ତଲ ଓ ନିପନ୍ ଷ୍ଟିଲ୍ ଗତ ଡିସେମ୍ବର ମାସରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୫୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ, ଏସାର ଷ୍ଟିଲକୁ ଅଧିଗ୍ରହଣ କରିଛି । ଯାହା ଭାରତରେ ଅନ୍ୟତମ ବୃହତ ବିଦେଶୀ ପୁଞ୍ଜି ବିନିଯୋଗ ।ଆର୍ସେଲର୍ ମିତ୍ତଲ ଓ ନିପନ୍ ଷ୍ଟିଲ୍ ପାରାଦୀପରେ ପେଲେଟ୍ ପ୍ଲାଣ୍ଟ୍, କେନ୍ଦୁଧରର ଡାବୁନିରେ ବେନିଫିକେସନ ପ୍ଲାଣ୍ଟ୍ ସହ ସାଗାସାହି ଓ ଠାକୁରାଣୀ ଖଣିର ପରିଚାଲନା କରୁଛି ।

ଏହି ଆଲୋଚନା ପରେ ଓଡ଼ିଶାରେ ମିତ୍ତଲ କରିବ ୭ ବିଲିୟନ ଡଲାରର ପୁଞ୍ଜି ନିବେଶ । ପାରାଦୀପ ପେଲେଟ୍ ପ୍ଲାଣ୍ଟର କ୍ଷମତା ୬ରୁ ୧୨ MTPA ବୃଦ୍ଧି କରିବା ସହ ଡାବୁନା ବେନିଫିକେଶନ ପ୍ଲାଣ୍ଟ ୫ରୁ ୧୬ MTPA ସଂପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ।

   Related Posts