ଟିକ୍ ଟକ୍ ବଦଳରେ Mitron ? ୫ ମିଲିୟନରୁ ଅଧିକ ଡାଉନଲୋଡ୍ ହୋଇଛି ଆଇଆଇଟି ରୁର୍କି ଛାତ୍ର ଦ୍ୱାରା ପ୍ରସ୍ତୁତ ଏହି ଆପ୍

Published By : Prameya-News7 Bureau | May 26, 2020 IST

ନୂଆଦିଲ୍ଲୀ ୨୬/୦୬ : ଟିକଟକ ଛଡା ପ୍ଳେଷ୍ଟୋରରେ ଅନେକ ସର୍ଟ ଭିଡିଓ ମେକିଙ୍ଗ ଆପ ରହିଛି | କିନ୍ତୁ ସମସ୍ତ ଆପ ମଧ୍ୟରୁ ଟିକଟକ ବହୁତ ଲୋକପ୍ରିୟ | ବର୍ତ୍ତମାନ ଏହି ଭିଡିଓ ମେକିଙ୍ଗ ଦୁନିଆରେ ଆଉ ଏକ ଆପ ଯୋଡି ହୋଇଯାଇଛି | 'ମିତ୍ରୋଂ' ନାମକ ଏହି ଆପ ବହୁତ ଲୋକପ୍ରିୟ ହାସଲ କରିବା ଭଳି ଜଣାପଡୁଛି | ଏହି ଆପ ଭାରତରେ ତିଆରି ହୋଇଥିବା ଜଣାପଡିଛି | ଏହି ଆପକୁ ଆଇଆଇଟି ରୁର୍କିର ଜଣେ ଛାତ୍ର ମାସେ ପୂର୍ବରୁ ତିଆରି କରିଥିଲେ | ଏହି ଆପକୁ ପ୍ଲେଷ୍ଟୋରରେ ୫ ମିଲିୟନରୁ ଅଧିକ ଡାଉନଲୋଡ଼ କରାଯାଇଛି | ଅପରପକ୍ଷରେ ଟିକଟକ ଆପକୁ ବିବାଦ ମୁଣ୍ଡ ଟେକିଚି ଯାହାଫଳରେ ଏହାକୁ ବ୍ୟାନ କରିବାକୁ ଦାବି ହୋଇଛି | ଫଳରେ ମିତ୍ରୋଂ ଆପକୁ ଲୋକେ ବହୁତ ପସନ୍ଦ କରୁଛନ୍ତି |

{"id":276161,"sizeSlug":"large"}

ପ୍ଲେଷ୍ଟୋରରେ ଦିଆଯାଇଥିବା ବିବରଣୀ ଅନୁସାରେ, ମିତ୍ରୋଂ ଏକ ଫ୍ରି ସର୍ଟ ଭିଡିଓ ମେକିଙ୍ଗ ଆପ | ଏହି ଆପ ସେମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନଙ୍କ ମଧ୍ୟରେ କଳାତ୍ମକ ଭିଡିଓ ତିଆରି କରିବା ସଉକ ରହିଛି | ଏହି ଆପ ବ୍ୟବହାର କରିବାରେ ବହୁତ ରୋମାଞ୍ଚକ | ଏହି ଆପରେ ଆପଣ ନିଜ ଇଛା ମୁତାବକ ଭିଡିଓକୁ ଏଡିଟ, ଡିଜାଇନ ଏବଂ ସେୟାର କରିପାରିବେ | ଲାଇବ୍ରେରୀ ସର୍ଚ୍ଚ କରି ୟୁଜର ନିଜର ଭିଡିଓ ମଧ୍ୟ ପ୍ରସ୍ତୁତ କରିପାରିବେ | ଟିକଟକ ଆପ ସହ ଏହି ଆପର ଇଣ୍ଟରଫେସର ଅନେକ ସାମଞ୍ଜସ୍ୟ ରହିଛି | ଏହି ଆପରେ କୌଣସି ୟୁଜରଙ୍କ ପ୍ରୋଫାଇଲ ପେଜ ଟିକଟକ ଆପ ପେଜ ଭଳି ରହିଛି |

{"id":276162,"sizeSlug":"large"}

ଯଦି ଜଣେ ୟୁଜରଙ୍କୁ ବିଡ଼ିଓ କରିବାର ଅଛି ତାହେଲେ ତାଙ୍କୁ ଏହି ଆପରେ ଅନ୍ୟ ଆପ ଭଳି ରେଜିଷ୍ଟର କରି ନିଜର ପ୍ରୋଫାଇଲ କ୍ରିଏଟ କରିବାକୁ ହେବ | ଏଥିପାଇଁ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ଼ ଦେବାକୁ ହେବ | ଏହାଛଡା ଟିକଟକ ଭଳି ହୋମପେଜକୁ ଯାଇ ଅନ୍ୟ ଭିଡିଓ ମଧ୍ୟ ଦେଖି ପାରିବେ | ଭିଡିଓ ପ୍ରସ୍ତୁତ କରିବା ପାଇଁ ଏହାର ନାଲି ବଟନକୁ କ୍ଲିକ କରି ଭିଡିଓ ରେକଡିଂ କରି ପବ୍ଲିସ କରିପାରିବେ | ଏହିସବୁ ଭଡ଼ିଓକୁ ଆପଣ ଲାଇକ, କମେଣ୍ଟ ଓ ସେୟାର ମଧ୍ୟ କରିପାରିବେ |

{"id":276163,"width":577,"height":320,"sizeSlug":"large"}

ଯଦି ଆପଣ ଟିକଟକ ବ୍ୟବହାର କରୁଛନ୍ତି ତାହେଲେ ମିତ୍ରୋଂ ଆପ ବ୍ୟବହାର କରିବାରେ କିଛି ସମସ୍ୟା ହେବନାହିଁ | ଏହା ଟିକଟକ ଆପ ଭଳି | କିଛି ଟ୍ୱିଟରୁ ଜଣାପଡିଛି ଯେ ଆଇଆଇଟି ରୁର୍କି ଛାତ୍ର ଦ୍ୱାରା ତିଆରି ହୋଇଥିବା ଏହି ଆପ ବର୍ତ୍ତମାନ ଗୁଗଲ ଏଣ୍ଡ୍ରଏଡ଼ ପ୍ଲେଷ୍ଟୋରରେ ଟପ ଚାର୍ଟରେ ରହିଛି |

ଗତ କିଛି ଦିନ ଦିନ ହେଲା ଟିକଟକ ଆପକୁ ନେଇ ନାନା ବିବାଦ ଉପୁଜିଛି | ଫଳରେ ଲୋକେ ଏହାକୁ ବହୁତ ଖରାପ ରେଟିଙ୍ଗ ମଧ୍ୟ ଦେଇଛନ୍ତି | ଏହାପରେ ପ୍ଲେଷ୍ଟୋରରେ ଏହାର ରେଟିଙ୍ଗ ବହୁତ ତଳକୁ ଖସି ଯାଇଛି | ତେବେ ଏହାକୁ ଟିକଟକ ଭରସେସ ୟୁଟ୍ୟୁବର ପରିଣାମ ବୋଲି ମଧ୍ୟ କୁହାଯାଉଛି | ତେବେ ଆଗାମୀ ଦିନରେ ମିତ୍ରୋଂ ଆପ ଟିକଟକକୁ ପଛରେ ପକାଇଦେବା ବୋଲି ଅନୁମାନ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.