Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

Mitron ଆପ୍ କୁ ମିଳିଲା ବଡ ଫଣ୍ଡିଙ୍ଗ, ଏହି କମ୍ପାନୀ ଦେବ ୫୦ ଲକ୍ଷ ଡଲାର

18/08/2020 at 7:40 PM

ନୂଆଦିଲ୍ଲୀ ୧୮/୦୮ :  ଟିକଟକର ସ୍ଵଦେଶୀ ବିକଳ୍ପ କୁହାଯାଉଥିବା Mitron ଆପକୁ ଏକ ବଡ ଫଣ୍ଡିଙ୍ଗ ମିଳିଛି | ନେକ୍ସସ ଭେଞ୍ଚର ପାର୍ଟନର୍ସଙ୍କ ଠାରୁ ୫୦ ଲକ୍ଷ ଡଲାର ଫଣ୍ଡ ହାସିଲ କରିବାକୁ ଘୋଷଣା କରିଛ | Mitron ଏକ ସର୍ଟ ଫର୍ମ ସୋସିଆଲ ମିଡ଼ିଆ ଆପ | ଏହାଦ୍ୱାରା ୟୁଜର୍ସ ମନୋରଞ୍ଜନ ପାଇଁ ସର୍ଟ ଭିଡିଓ ତିଆରି କରନ୍ତି | Mitron ସ୍ଥାପନା ଆଇଆଇଟି ରୁର୍କିର ପୂର୍ବତନ ଛାତ୍ର ଶିବାଙ୍କ ଅଗ୍ରୱାଲ ଓ ବିଶ୍ୱଭାରାୟା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପୂର୍ବତନ ଛାତ୍ର ଅନିଷ ଖାନ୍ଦେଲୱାଲ କରିଛନ୍ତି | ଉଭୟ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟର ଅଛନ୍ତି ଏବଂ ପୂର୍ବରୁ ମେକ ମାଇ ଟ୍ରିପରେ ଏକାସଙ୍ଗେ କାମ କରୁଥିଲେ |

କମ୍ପାନୀ ଏହି ନୂଆ ପୁଞ୍ଜି ବ୍ୟବହାର କରି ୟୁଜର ଏନ୍ଗେଜ୍ମେଣ୍ଟ ବଢାଇବାକୁ ନିଜ ଉତ୍ପାଦ ବିକାଶ କରିବ ଏବଂ ଭଲ ଭଲ ପ୍ରତିଭାଶାଳୀଙ୍କୁ ଚାକିରୀ ଦେବ | କମ୍ପାନୀ ଏହି ଆପରେ ଭାରତୀୟ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ବିଶାଳ ନେଟୱାର୍କକୁ ମଧ୍ୟ ସାମିଲ କରିବା ଏବଂ Mitron ବ୍ରାଣ୍ଡ ନିର୍ମାଣ ପାଇଁ ନିବେଶ କରିବାକୁ ଯୋଜନା କରୁଛି | ୨୦୨୦ ଏପ୍ରିଲ ମାସରେ Mitron ଲଞ୍ଚ କରାଯାଇଥିଲା | ଭାରତରେ ଟିକଟକ ଆପ ବ୍ୟାନ ହେବ ପୂର୍ବରୁ ୧୦ ମିଲିୟନ ଡାଉନଲୋଡ଼ ହୋଇସାରିଥିଲା |

Mitron ର ସଂସ୍ଥାପକ ଏବଂ ସିଇଓ ଶିବାଙ୍କ ଅଗ୍ରୱାଲ କହିଛନ୍ତି ଯେ, ସେ ଅତ୍ୟନ୍ତ ଖୁସି ଯେ ନେକ୍ସସ ଭେଞ୍ଚର ପାର୍ଟନର୍ସ ଏହି ଯାତ୍ରାରେ ତାଙ୍କ ସହିତ ସାମିଲ ହୋଇଛନ୍ତି | ଡିଜିଟାଲ ମନୋରଞ୍ଜନ ଏବଂ ଏନ୍ଗେଜ୍ମେଣ୍ଟକୁ ପୁଣି ପରିଭାଷିତ କରି, Mitron କୁ ଏକ ବିଶ୍ୱସ୍ଥରୀୟ ଉତ୍ପାଦ କରିବା ପାଇଁ ପ୍ରତିବଦ୍ଧ ଯାହା ଭାରତୀୟ ୟୁଜର୍ସଙ୍କ ପାଇଁ ଡିଜାଇନ କରାଯାଇଛ ବୋଲି ସେ କହିଛନ୍ତି | ପ୍ଲେ ଷ୍ଟୋରରେ ୩୩ ମିଲିୟନରୁ ଅଧିକ ଡାଉନଲୋଡ଼ ଓ ପ୍ରତି ମାସରେ ୯ ବିଲିୟନ ଭିଡିଓ ବ୍ୟବହାର ସହ, Mitron ସର୍ଟ ଫର୍ମ ଭିଡିଓ ପାଇଁ ଭାରତୀୟଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି | ୟୁଜର୍ସ ଏହି ଆପକୁ ଏତେ ପସନ୍ଦ କରୁଥିବାରୁ ସେ ୟୁଜର୍ସଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି |

ନେକ୍ସସ ଭେଞ୍ଚର ପାର୍ଟନର୍ସ ପ୍ରିନ୍ସିପାଲ ପ୍ରତୀକ ପୋଦ୍ଦାର Mitron ଆପରେ ନିବେଶ କରିବାକୁ ନେଇ କହିଛନ୍ତି ଯେ ଶିବାଙ୍କ ଓ ଅନିଷ ଉତ୍ପାଦକୁ ପୂର୍ବରୁ ପ୍ରାଥମିକତା ଦେଇଥିବା, କୌଶଳର ଅନୁଭବ ଥିବା ଏବଂ ବହୁତ ଶକ୍ତିଶାଳୀ ଉଦ୍ୟୋଗୀ | ସେ ୩ ମାସ ହେଲା ତାଙ୍କୁ ଦେଖୁଛନ୍ତି ଏବଂ କଣ୍ଟେଣ୍ଟ ତିଆରି କରିବାକୁ, ସମୁଦାୟିକ ପ୍ରବନ୍ଧନ ସହ ଭିଡିଓ ଡେଲିଭରି ବିଷୟରେ ସେମାନେ ଯେଉଁ ଚିନ୍ତାଧାରା ବିକାଶ କରିଛନ୍ତି ତାହା ତାଙ୍କୁ ବହୁତ ପାଶାଂତ ବୋଲି ପ୍ରତୀକ କହିଛନ୍ତି |

   Related Posts