Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜୁନ ୧୫ ରେ ମିଥୁନ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ : ସଂକ୍ରାନ୍ତିରେ ପୂଜା ଓ ଦାନ ଧର୍ମର ରହିଛି ବିଶେଷ ମହତ୍ୱ

14/06/2020 at 4:24 PM

ଭୁବନେଶ୍ୱର ୧୪/୦୬ : ହିନ୍ଦୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ | ପୁରାଣରେ ଏହିଦିନର ଅନେକ ମହତ୍ୱ ରହିଛି | ସୂର୍ଯ୍ୟ ଯେଉଁ ରାଶିରେ ପ୍ରବେଶ କରନ୍ତି ସେହି ଦିନକୁ ସେହି ସଂକ୍ରାନ୍ତି କୁହନ୍ତି | ଜ୍ୟୋତିଷଙ୍କ କହିବାନୁଯାୟୀ ସୂର୍ଯ୍ୟ ବର୍ଷକୁ ୧୨ ଥର ରାଶି ପରିବର୍ତ୍ତନ କରନ୍ତି | ସେଥିପାଇଁ ବର୍ଷକୁ ୧୨ଟି ସଂକ୍ରାନ୍ତି ପଡେ | ସୂର୍ଯ୍ୟ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି ଅଲଗା ଅଲଗା ରାଶି ଓ ନକ୍ଷତ୍ରରେ ରୁହନ୍ତି | ସଂକ୍ରାନ୍ତିରେ ଦାନ ଦକ୍ଷିଣାର ଅନେକ ମହତ୍ୱ ରହିଛି |

ଜ୍ୟୋତିଷଙ୍କ କହିବାନୁଯାୟୀ, ଜୁନ ୧୪ ତାରିଖ ରାତି ୧୨ଟା ପରେ ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିବେ | ସେଥିପାଇଁ ଏହାକୁ ମିଥୁନ ରାଶି କୁହାଯାଏ | ମିଥୁନ ସଂକ୍ରାନ୍ତିରୁ ତୃତୀୟ ସୌର ମାସ ଆରମ୍ଭ ହୁଏ | ସୌର ମାସରେ ବର୍ଷ ଋତୁ ପଡିଥାଏ | ମିଥୁନ ସଂକ୍ରାନ୍ତି ଆଷାଢ଼ ମାସରେ ପଡେ | ଏହି ମାସର ଦେବତା ସୂର୍ଯ୍ୟ ଭଗବାନ | ସେଥିପାଇଁ ଏହି ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି |

ସ୍କନ୍ଦ ଓ ସୂର୍ଯ୍ୟ ପୁରାଣରେ ଆଷାଢ଼ ମାସରେ ସୂର୍ଯ୍ୟଦେବଙ୍କ ପୂଜା ଆରାଧନାର ବିଶେଷ ମହତ୍ୱ ଦର୍ଶାଯାଇଛି | ସଂକ୍ରାନ୍ତି ଦିନ ଶୀଘ୍ର ଶେଯ ତ୍ୟାଗ କରି ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରାଯାଏ | ନିରୋଗୀ ରହିବ ପାଇଁ ଏହିଦିନ ସୂର୍ଯ୍ୟ ପୂଜା ମଧ୍ୟ କରାଯାଏ | ସୂର୍ଯ୍ୟ ପୂଜା ସମୟରେ ନାଲି ପୋଷାକ ପିନ୍ଧିବା ଉଚିତ | ପୂଜା ସାମଗ୍ରୀରେ ଚନ୍ଦନ, ନାଲି ଫୁଲ, ସିନ୍ଦୁର, ତମ୍ବା ବାସନ ବ୍ୟବହାର କରାଯାଏ | ପୂଜା ପରେ ଦାନ ଧର୍ମ କରାଯାଇଥାଏ | ଏହି ଦିନ କପଡା, ଫଳ କିମ୍ବା ଶସ୍ୟ ଦାନ କରାଯାଇଥାଏ |

ଜୁନ ୧୫ ତାରିଖରେ ମିଥୁନ ସଂକ୍ରାନ୍ତି | ଏହି ଦିନ ସୂର୍ଯ୍ୟ ପୂଜା ଓ ଦାନ ପାଇଁ ପୁଣ୍ୟକାଳ ସକାଳ ୫ଟା ୧୦ ମିନିଟରୁ ୧୧ଟା ୫୫ ମିନିଟ ପର୍ଯ୍ୟନ୍ତ ରହିଛି | ଏହି ସମୟରେ କରାଯାଇଥିବା ପୂଜା ଓ ଦାନ ଦ୍ୱାରା ପୁଣ୍ୟ ମିଳିଥାଏ | 

ଜ୍ୟୋତିଷଶାସ୍ତ୍ରରେ ତିଥି, ବାର ଓ ନକ୍ଷତ୍ର ଅନୁସାରେ ପ୍ରତ୍ୟେକ ମାସର ସଂକ୍ରାନ୍ତିର ଶୁଭ ଅଶୁଭ ଫଳ ସମ୍ପର୍କରେ କୁହାଯାଇଛି | ଚଳିତ ବର୍ଷ ମିଥୁନ ସଂକ୍ରାନ୍ତିର ବାହନ ହାତୀ | ସେଥିପାଇଁ ବିଦ୍ୱାନ ଓ ଶିକ୍ଷିତ ଲୋକଙ୍କ ପାଇଁ ଏହି ସଂକ୍ରାନ୍ତି ଶୁଭ ଫଳଦାୟୀ ପ୍ରମାଣିତ ହେବ | ଏହାର ପ୍ରଭାବରେ ଧନ ଓ ସମୃଦ୍ଧି ମଧ୍ୟ ବଢିବ | ଏହାର ଅଶୁଭ ପ୍ରଭାବରେ ଲୋକେ ଥଣ୍ଡା କାଶରେ ସଂକ୍ରମିତ ହୋଇପାରନ୍ତି | ମିଥୁନ ସଂକ୍ରାନ୍ତି ସହ ସୂର୍ଯ୍ୟଙ୍କ ଉପରେ ରାହୁ-କେତୁ ପ୍ରଭାବ ଯୋଗୁଁ ଦେଶରେ ପ୍ରଶାସନିକ ବ୍ୟବସ୍ଥା ବିଗିଡ଼ିପାରେ |

   Related Posts