କଳ୍ପନାଜଳ୍ପନାର ଅନ୍ତ, ବିଜେପିରେ ସାମିଲ ହେଲେ ମିଥୁନ ଚକ୍ରବର୍ତ୍ତୀ
7/03/2021 at 1:19 PM

କୋଲକାତା ୦୭/୦୩: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ମଞ୍ଚରେ ଉଦବୋଧନ ଦେବେ ସେଠାରେ ହିଁ ମିଥୁନ ବିଜେପିର ହାତ ଧରିଛନ୍ତି । ଏହାସହ ସେ ଦଳୀୟ ପତାକା ମଧ୍ୟ ଧରିଥିବା ଦେଖିବାକୁ ମିଳିଛି ।
ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ପଦ୍ମ ଧରିଛନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ମିଥୁନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ସେ ଆଗ ବିଜେପିରେ ସାମିଲ ହୁଅନ୍ତୁ । ଏବେ ମୁଖ୍ୟମନ୍ତ୍ରୀ ପଦବୀ ନେଇ କୌଣସି ସୂଚନା ନାହିଁ । ସେ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ ମଧ୍ୟ ମିଥୁନ ମୋଦୀଙ୍କୁ ଭେଟିବାକୁ ଚାହୁଁଥିବା ଶନିବାର କହିଥିଲେ ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ନିର୍ବାଚନୀ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ରବିବାର ପ୍ରଥମ ରାଲିକୁ ସମ୍ବୋଧନ କରିବେ । ଏଥିପାଇଁ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡ ପଡିଆକୁ ପ୍ରସ୍ତୁତ କରାଯାଇଛି । ଦିନ ୨ଟାରେ ସେ ଜନସଭାକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ମଞ୍ଚରେ ଉପସ୍ଥିତ ରହିଛନ୍ତି । ସେ ମୋଦୀଙ୍କ ପହଁଚିବା ପୂର୍ବରୁ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ।