Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

“ମେ ଏକ୍ ନମ୍ବର କା କୋବ୍ରା ହୁଁ, ହକ୍ ଛିନେଗା ତୋ ଖଡା ହୋ ଜାଉଙ୍ଗା” : ବିଜେପିରେ ସାମିଲ ହେବାପରେ ମିଥୁନ ଚକ୍ରବର୍ତ୍ତୀଙ୍କ ରଣହୁଙ୍କାର

7/03/2021 at 3:52 PM

କୋଲକାତା ୦୭/୦୩ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କୋଲକାତାର ବ୍ରିଗେଡ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ମିଥୁନ ଚକ୍ରବର୍ତ୍ତୀ ।

ବିଜେପିରେ ସାମିଲ ହେବାପରେ ମଞ୍ଚ ଉପରେ ଭାଷଣ ଦେବା ସମୟରେ ରଣ ହୁଂକାର ଦେଇଛନ୍ତି ମିଥୁନ । ବିରୋଧୀଙ୍କୁ ଟାର୍ଗେଟ୍‌ କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ‘ ମେଁ କୋବ୍ରା ହୁଁ, କୋଇ ହକ୍‌ ଛିନେଗା ତୋ ମେ ଖଡା ହୋ ଜାଉଙ୍ଗା ।’ ମିଥୁନଙ୍କର ଏହା କହିବାର ଅର୍ଥ ହେଉଛି, ‘ମୁଁ ହେଉଛି ନାଗ ସାପ, କେହି ହକ୍‌ ଛଡାଇନେବାକୁ ଚେଷ୍ଟା କଲେ ମୁଁ ଫଣା ଟେକି ଛିଡା ହୋଇଯିବି ।’

ବିଜେପିରେ ସାମିଲ ହେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ’୧୮ ବର୍ଷର ହୋଇଥିବା ବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି । ଆଜି ସେହି ସ୍ବପ୍ନ ପୂରଣ ହେବା ଭଳି ଲାଗୁଛି । ଯଦି କେହି କାହାର ହକ୍‌ ଛଡାଇବାକୁ ଚେଷ୍ଟା କରନ୍ତି ତେବେ ପରିଣତି ଭୟଙ୍କର ହେବ ।’

   Related Posts