Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମିଥୁନ ଚକ୍ରବର୍ତ୍ତିଙ୍କ ବୋହୁ ଏତେ ହଟ୍‌ ! ନାଁ ଶୁଣି ହିଁ ନିର୍ଦ୍ଦେଶକଙ୍କ ଲାଗିଯାଉଛି ଲମ୍ବା ଲାଇନ

ମୁମ୍ୱାଇ୧୧|୯: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କ ବଡ ପୁଅଙ୍କ ବିବାହ ଗତ ବର୍ଷ ଜୁଲାଇ ମାସରେ ହୋଇଥିଲା । ରିପୋର୍ଟ ଅନୁସାରେ ମହାକ୍ଷୟ (ମିମୋହ) ତାଙ୍କ ଗର୍ଲଫ୍ରେଣ୍ଡ ମଦାଲସାଙ୍କୁ ବିବାହ କରିଛନ୍ତି। ନିର୍ଦ୍ଦେଶକ ଓ ପ୍ରଯୋଜକ ସୁଭାଷ ଶର୍ମାଙ୍କ ଝିଅ ମଦାଲସାଙ୍କୁ ବିବାହ କରିଛନ୍ତି ମିଥୁନଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତି। ମିଥୁନଙ୍କ ହଟ୍‌ ବୋହୁ ମଦାଲସା ବିବାହ ସମୟରେ ବେଶ ଚର୍ଚ୍ଚାରେ ଥିଲେ । କିନ୍ତୁ ବିବାହ ପରେ ଉଭୟଙ୍କୁ ଏକା ସହ ବହୁତ କମ ଦେଖିବାକୁ ମିଳିଛି।
ଉଭୟଙ୍କ ବିବାହ ପୂର୍ବରୁ ଜୁଲାଇ ମାସରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା। ଉଟିସ୍ଥିତ ଦ ମୋନାର୍କ ହୋଟେଲରେ ଏହି ପାର୍ଟି ହୋଇଥିଲା । ଜୁଲାଇ ମାସ ୬ ତାରିଖରେ ସେଠାରେ ସଂଗୀତ ମଧ୍ୟ ହୋଇଥିଲା । ଏହି ବିବାହରେ ବଲିଉଡର ଅନେକ ଷ୍ଟାର ସାମିଲ ହୋଇଥିଲେ ।

ଉଟିରେ ବିବାହ କରିବାର ଖାସ କାରଣ ଥିଲା । କାରଣ ଟି ଏହା ଯେ ତାମିଲନାଡୁ ଉଟି, ମସିନାଗୁଡି ଓ କର୍ଣ୍ଣାଟକ ମହିଶୁରରେ ମିଥୁନଙ୍କର ଲଗ୍‌ଜରି ହୋଟେଲ ଚେନ୍‌ ମୋନାର୍କର ହୋଟେଲ ଅଛି। ବିବାହ ପରେ ମଧ୍ୟ ସୋସିଆଲ ମିଡିଆରେ ଦୁହେଁ କୌଣସି ଫଟୋ ଏକା ସହ ପୋଷ୍ଟ କରିନଥିଲେ। ।

 ଗତ ବର୍ଷ ମାର୍ଚ୍ଚ ମାସରେ ଉଭୟଙ୍କ ନିର୍ବନ୍ଧ ମୁମ୍ୱାଇରେ ହୋଇଥିଲା। ନିର୍ବନ୍ଧରେ ଓ ବିବାହରେ କେବଳ ପରିବାର ଲୋକେ ଓ ସଂପର୍କିୟମାନେ ଉପସ୍ଥିତ ଥିଲେ।  ୨୦୦୯ ମସିହାରେ ମଦାଲସା ତେଲେଗୁ ସିନେମା ଜଗତରେ ପାଦ ଦେଇଥିଲେ। ଫିଟିଙ୍ଗ ସିନେମାରେ ସେ ଡେବ୍ୟୁ କରିଥିଲେ। ଏହା ସହ ସେ କନ୍ନଡ ଫିଲ୍ମ ଶୌର୍ଯ୍ୟରେ ମଧ୍ୟ ଅଭିନୟ କରିଛନ୍ତି। ମହାକ୍ଷୟ ଏବେ ତାଙ୍କ ଟିଭି ସୋ ଗାମାରେ ବ୍ୟସ୍ଥ ଅଛନ୍ତି।

 

 

 

672 Views

   ସମ୍ବନ୍ଧିତ ଖବର