BJPରେ ଯୋଗ ଦେବେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତି, ମୋଦିଙ୍କ ୭ ମାର୍ଚ୍ଚ ପଶ୍ଚିମବଙ୍ଗ ଗସ୍ତକାଳରେ ଦଳରେ ହେବେ ସାମିଲ

Published By : Prameya-News7 Bureau | March 05, 2021 IST

କୋଲକାତା ୫।୩:  ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତି ପଶ୍ଚିମବଙ୍ଗ ବିଜେପିରେ ଯୋଗଦେବେ। ମାର୍ଚ୍ଚ ୭ ତାରିଖ ଦିନ ମୋଦିଙ୍କ ଉପସ୍ଥିତିରେ ଚକ୍ରବର୍ତ୍ତି ଦଳରେ ସାମିଲ ହେବେ ବୋଲି ଶୁକ୍ରବାର ଜଣାପଡିଛି। ଗତମାସରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ମିଥୁନଙ୍କ ସାକ୍ଷାତ ଆଲୋଚନା ହୋଇଥିଲା। ସେବେଠାରୁ ରାଜ୍ୟ ବିଜେପିରେ ମିଥୁନ ଚକ୍ରବର୍ତ୍ତି ସାମିଲ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

{"id":418390,"sizeSlug":"large","linkDestination":"none"}

ଉଲ୍ଲେଖ ଯୋଗ୍ୟଯେ ଅତୀତରେ ମିଥୁନ ମମତାଙ୍କ ତୃଣମୂଳ କଂଗ୍ରେସରୁ ରାଜ୍ୟସଭା ସାଂସଦ ମନୋନୀତ ହୋଇଥିଲେ। ପଶ୍ଚିମବଙ୍ଗରେ ମିଥୁନ ଚକ୍ରବର୍ତ୍ତି ଏକ ଜଣାଶୁଣା ନାଁ। ଆସନ୍ତା ମାର୍ଚ୍ଚ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ରାଜ୍ୟର ପ୍ରଥମ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ମିଥୁନ ପଦ୍ମ ଧରିବେ ବୋଲି ଜଣାପଡିଛି।

{"id":418391,"width":579,"height":464,"sizeSlug":"large","linkDestination":"none"}

ପ୍ରଧାନମନ୍ତ୍ରୀଙ୍କ ଏହି ଜନସମାବେଶ ଦେଶର ରାଜନୈତିକ ଇତିହାସର ସବୁଠୁ ବଡ଼  ନିର୍ବାଚନ ରାଲି ହେବ ବୋଲି ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ବିଜେପି ନିର୍ବାଚନ ପ୍ରଭାରୀ କୈଳାଶ ବିଜୟ ବର୍ଗିୟ କହିଥିଲେ। ଏହି  ରାଲିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ଲକ୍ଷ ଲୋକଙ୍କ ଆଗମନ ହେବ ବୋଲି ବିଜୟବର୍ଗିୟ କହିଥିଲେ।

{"id":418392,"sizeSlug":"large","linkDestination":"none"}

ନିର୍ବାଚନ ଲାଗି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ୨୫ରୁ ୩୦ ଜନସମାବେଶ ଲାଗି ରାଜ୍ୟ ବିଜେପି ଦାବି କରିଥିଲା। ତେବେ ବିଜେପିକୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ୨୦ଟି ନିର୍ବାଚନୀ ସଭାକୁ ଅନୁମତି ମିଳିପାରିଛି। ପଶ୍ଚିମବଙ୍ଗ ବିଧାନସଭା ଲାଗି ଚଳିତ ଥର ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥିରୁ ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ହେବାକୁ ଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୯ରେ ଓ ଭୋଟଗଣନା  ମେ ୨ ତାରିଖରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.