ପୁଣି ଥରେ ଅସୁସ୍ଥ ହେଲେ ମିଥୁନ ଦା : ଆମେରିକାରେ ହେଉଛନ୍ତି ଚିକିତ୍ସିତ

Published By : Prameya-News7 Bureau | January 08, 2019 IST

ନୂଆଦିଲ୍ଲୀ ୮/୧: ଗତ କିଛି ଦିନ ହେବ ଅସୁସ୍ଥ ଥିବା ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ଆମେରିକାର ଲସ୍ ଏଞ୍ଜେଲସଠାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅସୁସ୍ଥତାର ସୂଚନା ତାଙ୍କ ପରିବାର ଲୋକଙ୍କଠାରୁ ମିଳିଥିଲା। ମିଥୁନ ଦା କିଛି ଦିନରୁ କ୍ରୋନି୍କ ବ୍ୟାକ୍ ପେନ୍ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟାରୁ ମୁକ୍ତି ନ ମିଳିବାରୁ ପରିବାର ଲେକେ ତାଙ୍କ ଚିକିତ୍ସା ଆମେରିକାରେ କରାଇବେ ବୋଲି ସ୍ଥିର କଲେ। ତାଙ୍କୁ କିଛି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ିବ। ମିଥୁନଙ୍କ ପୁଅ ମହାକ୍ଷୟ ଏବଂ ବୋହୂ ମଦାଲସା ତାଙ୍କ ଦେଖାଶୁଣା କରୁଛନ୍ତି।

୨୦୦୯ମସିହାରେ ‘ଲକ୍ ’ ଫିଲ୍ମ ସୁଟିଂ ଚାଲିଥିବା ସମୟରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ସେ ଏହି ଫିଲ୍ମରେ ଷ୍ଟଣ୍ଟ୍ ସିନ୍ ସୁଟିଂ କରିବାବେଳେ ଗୁରୁତର ଆହତ ହୋଇଥିଲେ। ଏହି ଫିଲ୍ମରେ ଇମରାନ ଖାନ୍,ସଞ୍ଜୟ ଦତ୍ତ,ଶ୍ରୃତି ହାସନ ଅଭିନୟ କରିଥିଲେ। କ୍ରୋନି୍କ ବ୍ୟାକ୍ ପେନ୍ ସମସ୍ୟା ଯୋଗୁଁ ସେ ବର୍ଷେ ଯାଏଁ ରଙ୍ଗମଞ୍ଚରୁ ଦୂରେଇ ଯାଇଥିଲେ। ଏହା ପରେ ସେ ରାଜ୍ୟ ସଭାରୁ ମଧ୍ୟ ଇସ୍ତଫା ଦେଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.