ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ନିଷ୍ପତ୍ତି : ସୁଶାନ୍ତଙ୍କ ପରଲୋକ ଏବଂ କରୋନା ମହାମାରୀ ଯୋଗୁଁ ଏବର୍ଷ ପାଳିବେନି ଜନ୍ମଦିନ
16/06/2020 at 11:19 AM

ମୁମ୍ବାଇ ୧୬/୬: ଦିଗ୍ଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଜୁନ୍ ୧୬ତାରିଖରେ ନିଜ ଜନ୍ମଦିନ ପାଳନ କରିବାର ମୁଡରେ ନାହାନ୍ତି। ଏହି ନିଷ୍ପତ୍ତି ସେ କରୋନା ଭାଇରସ୍ ମହାମାରୀ ଏବଂ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ବାଭାବିକ ପରଲୋକ ଯୋଗୁଁ ନେଇଛନ୍ତି।

ମିଥୁନଙ୍କ ପୁଅ ତମାଶୀ କହିଛନ୍ତି ଯେ ‘କୋଭିଡ-୧୯ ମହାମାରୀ କାରଣରୁ ହୋଇଥିବା ପରିସ୍ଥିତି ଏବଂ ତାଙ୍କ ପ୍ରିୟ ସହଯୋଗୀ ସୁଶାନ୍ତଙ୍କ ଆକସ୍ମିକ ପରଲୋକକୁ ଦେଖି ଏବର୍ଷ ସେ ଏବଂ ବାପା ଜନ୍ମଦିନରେ କୌଣସି ଫଙ୍କସନ୍ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେ ଲୋକଙ୍କୁ ଅନୁରୋଧ କରୁଛନ୍ତି ସେମାନେ ସୁରକ୍ଷିତ ରୁହନ୍ତୁ ଏବଂ ଯେତେ ସମ୍ଭବ ନିଜ ଘରେ ହିଁ ରୁହନ୍ତୁ।’

ମାନସିକ ଅବସାଦଗ୍ରସ୍ତ ଥିବା ସୁଶାନ୍ତଙ୍କ ମୃତଦେହ ରବିବାର ମୁମ୍ବାଇରେ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ତମାଶୀ ସମସ୍ତଙ୍କୁ ଅପିଲ କରିଛନ୍ତି ଯେ ‘ସମୟ ବାହାର କରି ନିଜ ପରିବାରର ସଦସ୍ୟ-ବନ୍ଧୁଙ୍କ ସହ ନିୟମିତ ଭାବେ ଚର୍ଚ୍ଚା କରନ୍ତୁ।’

ସେ କହିଛନ୍ତି ଯେ ‘ଯେଉଁମାନେ ଆପଣଙ୍କୁ ପସନ୍ଦ ଏବଂ ଯେଉଁମାନେ ଆପଣଙ୍କୁ ପସନ୍ଦ ନୁହଁନ୍ତି କାହାକୁ ବି କଷ୍ଟ ଦିଅନ୍ତୁ ନାହିଁ। ଧୈର୍ଯ୍ୟ ସହକାରେ ଶୁଣନ୍ତୁ,ନିଜ ଅହଙ୍କାରକୁ ତ୍ୟାଗ କରନ୍ତୁ। ସମସ୍ତଙ୍କୁ ନିଜ ମନରୁ କହିବାକୁ ଦିଅନ୍ତୁ କାରଣ ଅବସାଦ ସବୁଠୁ ବଡ଼ ହତ୍ୟାକାରୀ।’

ତମାଶୀ ଆଗକୁ କହିଛନ୍ତି,‘ଆମେ ବାସ୍ତବରେ ଜାଣି ନାହୁଁ ଯେ ଆମ ବନ୍ଧୁ ଏବଂ ପରିବାରରେ କିଏ କ’ଣ କରୁଛନ୍ତି। ତାଙ୍କ ବିଚାର ଏବଂ ଭାବନାକୁ ଶବ୍ଦ ରୂପରେ ସାମନାକୁ ଆଣିବାକୁ ଦିଅନ୍ତୁ। ଆମେ ସମସ୍ତେ କେବଳ ଶୁଣିବାର ଏକ ଛୋଟ ଅଭ୍ୟାସ କରି ଜୀବନକୁ ବଞ୍ଚାଇ ପାରିବା।’

କାମ କଥା କହିବା ଯଦି ତମାଶୀ,ରାଜକୁମାର ସନ୍ତୋଷୀଙ୍କ ଆଗାମୀ ରୋମାଣ୍ଟିକ୍ ଫିଲ୍ମ ‘ବ୍ୟାଡ ବୟ’ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।