Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ବଲିଉଡରେ ମିଥୁନଙ୍କ ସାନପୁଅ , ତାଙ୍କ ସହ ଡେବ୍ୟୁ କଲେ ସାଜିଦଙ୍କ ଝିଅ : ଅମିତାଭ ଏବଂ ସଲମାନ କହିଲେ ‘All good wishes’

25/05/2020 at 4:45 PM

ମୁମ୍ବାଇ ୨୫/୫ : ବଲିଉଡର ଦିଗ୍ଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସାନ ପୁଅ ନମାଶୀ ଚକ୍ରବର୍ତ୍ତୀ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ବ୍ୟାଡ ବୟ। ଏଥିରେ ସେ ଆମ୍ରିନ୍ କୁରୈଶୀଙ୍କ ସହ ନଜର ଆସିବେ। ଆମ୍ରିନ୍ କୁରୈଶୀ ପ୍ରଯୋଜକ ସାଜିଦ କୁରୈଶୀଙ୍କ ଝିଅ। ଅମିତାଭ ବଚ୍ଚନ ଫିଲ୍ମର ପୋଷ୍ଟର ସେୟାର କରି ନମାଶୀଙ୍କୁ ଶୁଭ କାମନା ଜଣାଇଛନ୍ତି।

ଅମିତାଭ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରି ଲେଖିଛନ୍ତି,‘ମିଥୁନ ଦାଙ୍କ ସାନ ପୁଅ ନମାଶୀଙ୍କ ଡେବ୍ୟୁ ଫିଲ୍ମ ପାଇଁ ଶୁଭକାମନା।’ ଏହା ପୂର୍ବରୁ ସଲମାନ୍ ଖାନ୍ ଫିଲ୍ମର ପୋଷ୍ଟର ସେୟାର କରିଥିଲେ। ସେ କ୍ୟାପ୍ସନରେ ଲେଖିଥିଲେ,‘ବ୍ୟାଡ ବୟ ପାଇଁ ଶୁଭ କାମନା ନମାଶୀ’। ପୋଷ୍ଟ ସୁନ୍ଦର ହୋଇଛି। ଫିଲ୍ମ ବ୍ୟାଡ ବୟର ନିର୍ଦେଶନା ରାଜ କୁମାର ସନ୍ତୋଷୀ କରିଛନ୍ତି। ଏବେ ସୁଦ୍ଧା ଫିଲ୍ମର ରିଲିଜ ଡେଟ ବିଷୟରେ ଜଣା ପଡ଼ିନାହିଁ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିବା ସହ ୨ଜଣ ବଡ଼ ଷ୍ଟାରଙ୍କୁ ଶୁଭ କାମନା ମିଳିବା ପରେ ନମାଶୀଙ୍କ ଖୁସିରେ ପାଦ ତଳେ ଲାଗୁ ନାହିଁ।

   Related Posts