ମିଥୁନ ଚକ୍ରବର୍ତ୍ତୀ କହିଲେ- ବଲିଉଡରେ କେବଳ ୫ଜଣ ସୁପରଷ୍ଟାର ଅଛନ୍ତି

Published By : Prameya-News7 Bureau | September 17, 2019 IST

ମୁମ୍ବାଇ୧୭|୯: ୮୦ ଦଶକର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜିକାଲି ଫିଲ୍ମରେ ଅଧିକ ଦେଖିବାକୁ ମିଳୁନାହାନ୍ତି ହେଲେ ତାଙ୍କ କମାଲ ଆଜି ମଧ୍ୟ ପରଦାରେ ଦେଖିବାକୁ ମିଳେ। ସେ ରିୟାଲିଟି ସୋରେ ଅଧିକ ନଜର ଆସୁଛନ୍ତି। ନିକଟରେ ମିଥୁନ ଏକ ସାକ୍ଷାତକାରରେ ବଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ବିଷୟରେ କହିଛନ୍ତି। ଏହା ସହ ଇଣ୍ଡଷ୍ଟ୍ରିର ପ୍ରତିଭାଶାଳୀ ଅଭିନେତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଏମିତି ଦେଖିବାକୁ ଗଲେ ବଲିଉଡରେ ଅନେକ ଟ୍ୟାଲେଷ୍ଟ ରହିଛି ଯାହା ଦର୍ଶକ ପସନ୍ଦ କରନ୍ତି। ହେଲେ ୫ ଜଣ ଏମିତି ସୁପରଷ୍ଟାର ଅଛନ୍ତି ଯାହା ତୁଳନା କାହା ସହ କରାଯାଇପାରିବ ନାହିଁ।

ମିଥୁନଙ୍କ ଅନୁସାରେ ଏହି ୫ ଜଣ ସୁପରଷ୍ଟାର ହିଁ ଦର୍ଶକଙ୍କୁ ଏଣ୍ଟରଟେନ କରିବାରେ ସଫଳ ହୋଇଛନ୍ତି। ସେମାନେ ହେଉଛନ୍ତି-

{"id":158860}

୧- ଅକ୍ଷୟ କୁମାର- ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରତି ବର୍ଷ ୩-୪ ଟି ଫିଲ୍ମ କରନ୍ତି। ଅକ୍ଷୟ କୁମାର ଭିନ୍ନ ଭିନ୍ନ ଧରଣର ଚଳଚ୍ଚିତ୍ର କରନ୍ତି। ୧୯୯୧ ମସିହାରୁ ଆଜି ଯାଏଁ ତାଙ୍କର ପ୍ରତି ଫିଲ୍ମରେ କିଛି ନା କିଛି ସ୍ବତନ୍ତ୍ରତା ଥାଏ। ସୁପରଷ୍ଟାର ଅକ୍ଷୟ କୁମାରକ ଅନେକ ଦର୍ଶକଙ୍କ ଦିଲ୍‌ରେ ରାଜ କରନ୍ତି। ସବୁବେଳେ ନିଜ ଫିଟ୍‌ନେସ ପାଇଁ ସେ ଅଧିକ ଚର୍ଚ୍ଚାରେ ରୁହନ୍ତି। ବଲିଉଡର ଖିଲାଡି ଅକ୍ଷୟ କୁମାର ଅନେକ ବ୍ଲକ୍‌ ବଷ୍ଟର ଫିଲ୍ମ ବଲିଉଡକୁ ଦେଇଛନ୍ତି।

{"id":158861}

୨-ଆମୀର ଖାନ- ଭାରତୀୟ ଅଭିନେତା ଆମୀର ଖାନଙ୍କ ଫିଲ୍ମ ଆସିଲେ ହିଟ୍‌ ହୋଇଥାଏ। ସେ ଉଭୟ ନାୟକ ଓ ଖଳନାୟକ ଭାବେ ଅଭିନୟ କରିଛନ୍ତି। ତାଙ୍କୁ ଅଧିକାଂଶ ଫିଲ୍ମରେ ଅନେକ ଲାଭ ମିଳେ । ଆମୀର ଖାନଙ୍କ ୯୦ ଦଶକ ଫିଲ୍ମ ଦର୍ଶକ ଆଜି ମଧ୍ୟ ଦେଖିବା ପସନ୍ଦ କରନ୍ତି।

{"id":158862,"width":561,"height":451}
wp:heading {"level":5}
୩-ସଲମାନ ଖାନ- ବଲିଉଡ ସୁଲତାନ ସଲମାନ ଖାନଙ୍କ ଫିଲ୍ମ ସମଗ୍ର ବିଶ୍ବରେ ଫେମସ। ୧୯୯୮ ମସିହାରେ ଫିଲ୍ମ ବିବି ହୋ ତୋ ଏସିରେ ଅଭିନୟ କରି ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସଲମାନ।ମୈନେ ପ୍ୟାର କିଆ ଫିଲ୍ମ ରିଲିଜ ହେବା ପରେ ୧୯୮୯ ମସିହାରେ ସେ ସଫଳତା ହାସଲ କରିଥିଲେ। ସଲମାନ ଅଧିକାଂଶ ସମୟରେ ନିଜ ବିବାହ ନେଇ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଫିଲ୍ମ ଦେଖିବା ଅପେକ୍ଷାରେ ସମଗ୍ର ଦେଶର ଲୋକେ ଅପେକ୍ଷାରେ ରୁହନ୍ତି।
/wp:heading {"id":158867}
wp:heading {"level":5}
୪- ଶାହରୁଖ ଖାନ- ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ଅନେକ ଝିଅଙ୍କ ଦିଲ୍‌ରେ ରାଜ କରନ୍ତି। ୯୦ ଦଶକରେ ଶାହରୁଖ ଇଣ୍ଡଷ୍ଟ୍ରିରେ ଲଗାତାର ସୁପରହିଟ୍‌ ଫିଲ୍ମ କରିଛନ୍ତି। ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୁଏ। ଭାରତ ସହ ଶାହରୁଖ ଅନ୍ୟ ଦେଶରେ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି।
/wp:heading {"id":158866}

୫-ଅଜୟ ଦେବଗନ- ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନଙ୍କ ଚମତ୍କାର ଅଭିନୟ ପାଇଁ ​‌ସେ ବେଶ ଲୋକପ୍ରିୟ ହେବାରେ ସଫଳ ହୋଇଛନ୍ତି। ୧୯୯୧ ମସିହାରେ ଫୁଲ ଔର କାଣ୍ଟେ ଫିଲ୍ମ ମାଧ୍ୟରେ ଅଜୟ ଦେବଗନ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ମାଧ୍ୟମରେ ସେ ବହୁତ ଫେମସ ହୋଇଥିଲେ। ତାଙ୍କର ଫିଟ୍‌ନେସ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅଜୟ ଦେବଗନଙ୍କ ବଡି ପାଇଁ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥାଏ।

{"id":158868,"width":556,"height":470}

ମିଥୁନ କହିଛନ୍ତି ଯେ, ଏହି ୫ ଜଣ ସୁପରଷ୍ଟାର ନିଜ ଫ୍ୟାନ ଫଲୋଇଂଗ, ଅଭିନୟ ଓ ପ୍ରତିଭା ବଳରେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ଏହି କଳାକାରମାନେ ଆଗକୁ ମଧ୍ୟ ସଫଳ ହୋଇ ରହିବେ। ଏହା ସହ ମିଥୁନ ଅକ୍ଷୟ କୁମାରଙ୍କୁ ରିୟଲ ଲାଇଫ ହିରୋ ମଧ୍ୟ କହିଛନ୍ତି।

{"id":158869}

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅକ୍ଷୟ କୁମାରଙ୍କର ଏକ ଅଲଗା ପରିଚୟ ରହିଛି। ଖିଲାଡି ୭୮୬, ଚାନ୍ଦନୀ ଚୌକ ଟୁ ଚାଇନା, ହାଉସଫୁଲ୨ ଓ ଏଣ୍ଟରଟେନମେଣ୍ଟ ଭଳି ଫିଲ୍ମରେ ଅକ୍ଷୟ କୁମାର ଓ ମିଥୁନ ଏକା ସହକାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.