ଭଲ ନାହିଁ ମିଥୁନଙ୍କ ସ୍ୱାସ୍ଥ୍ୟ : ଆମେରିକାରେ ଚାଲିଛି ଚିକିତ୍ସା, ସ୍ବାସ୍ଥ୍ୟଗତ କାରଣରୁ ସାଂସଦ ପଦରୁ ଦେଇଥିଲେ ଇସ୍ତଫା
28/12/2018 at 6:44 PM

ମୁମ୍ବାଇ ୨୮/୧୨ : ଅଶି ଦଶକର ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବିଗତ କିଛି ଦିନ ହେଲା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି | ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିବା ଜଣାପଡିଛି | ଶେଷଥର ପାଇଁ ତାଙ୍କୁ ଏକ ଡ୍ୟାନ୍ସ ରିଆଲିଟି ଶୋର ବିଚାରକ ଭାବେ ଦେଖିବାକୁ ମିଳିଥିଲା | ଖବର ଅନୁଯାୟୀ ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ଆମେରିକାର ଲସ ଏନଜଲ୍ସଠାରେ ଚିକିତ୍ସା ହେଉଛନ୍ତି | ତାଙ୍କ ସହ ତାଙ୍କ ପୁଅ ଏବଂ ବୋହୁ ଅଛନ୍ତି ଏବଂ ସେମାନେ ମିଥୁନଙ୍କର ଯତ୍ନ ନେଉଛନ୍ତି | ତେବେ ଡାକ୍ତରଙ୍କ ମତ ଅନୁସାରେ ଏବେ ମିଥୁନ କିଛି ଦିନ ହସ୍ପିଟାଲରେ ହିଁ ରହିବେ |

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ମୁଥୁନ କ୍ରୋନିକ ବ୍ୟାକ ପେନ ହେଉଛି | ଭାରତରେ ବହୁତ ଭଲ ଭଲ ହସ୍ପିଟାଲରେ ଚିକିତ୍ସା କରାଇଥିଲେ | କିନ୍ତୁ କୌଣସି ଉପଶମ ନମିଳିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ନେଇ ଯାଇଥିଲେ | ତେବେ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ତାଙ୍କ ପରିବାର ତରଫରୁ ସୂଚନା ମିଳିଛି | ଦୁଇ ବର୍ଷ ପୂର୍ବରୁ ମଧ୍ୟ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ | ସେଠାରେ ଚିକିତ୍ସା ପରେ ସେ କିଛିଟା ଭଲ ହୋଇଯାଇଥିଲେ ଏବଂ ଭାରତକୁ ଫେରି ଆସିଥିଲେ | ଏବେ କିନ୍ତୁ ସେହି ସମସ୍ୟା ପୁଣି ଦେଖା ଦେଇଛି |

ସୂଚନାଯୋଗ୍ୟ ଯେ,ହିନ୍ଦୀ ଫିଲ୍ମ ‘ଲକ’ର ଷ୍ଟଣ୍ଟ ସୁଟିଂ ବେଳେ ପ୍ରଥମଥର ପାଇଁ ତାଙ୍କର ଏହି ସମସ୍ୟା ଦେଖାଦେଇଥିଲା | କାରଣ ଷ୍ଟଣ୍ଟ ସୁଟିଂ ବେଳେ ସେ ଆହତ ହୋଇଯାଇଥିଲେ | ୨୦୦୯ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା |

ବ୍ୟାକ ପେନ ଯୋଗୁଁ ସେ ପାଖାପାଖି ବର୍ଷେ ହେଲାଣି କ୍ୟାମେରାରୁ ଦୂରେଇ ଯାଇଛନ୍ତି | ତେବେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେବା ପରେ ମିଥୁନ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ |