ଲକଡାଉନ୍ ଯୋଗୁଁ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରୁନାହାନ୍ତି ମିଥୁନ ଚକ୍ରବର୍ତ୍ତୀ : ଫସିଛନ୍ତି ବେଙ୍ଗାଲୁରୁରେ

Published By : Prameya-News7 Bureau | April 22, 2020 IST

ମୁମ୍ବାଇ ୨୨/୪: ଜଣାଶୁଣା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବାପା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କ କିଡନି ଖରାପ ହେବା ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ ପରଲୋକ ଘଟିଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା ଏବଂ ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ଲକଡାଉନ୍ ଯୋଗୁଁ ମିଥୁନ ଚକ୍ରବର୍ତ୍ତୀ ବେଙ୍ଗାଲୁରୁରେ ଫସିଛନ୍ତି ଏବଂ ନିଜ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଉଦ୍ୟମ ଜାରି ରଖିଛନ୍ତି।

ମିଥୁନ ଚକ୍ରବର୍ତ୍ତୀଙ୍କ ସାନ ପୁଅ ଏବଂ ଅଭିନେତା ନମାଶୀ ଚକ୍ରବର୍ତ୍ତୀ ନିଜ ଜେଜେବାପା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କ ଦେହାନ୍ତ ଖବର ବିଷୟରେ ସୂଚନା ଦେଇଥିଲେ କିନ୍ତୁ ଏହି ସଙ୍କଟ ସମୟରେ ସେ ବେଶୀ କିଛି କହିପାରିନଥିଲେ।

 ଏପରି କୁହାଯାଉଥିଲା ଯେ ଗୋଟିଏ ଝିଅ ଏବଂ ୩ପୁଅଙ୍କ ବାପା ବସନ୍ତ କୁମାର ନିଜ ପୁଅ ମିଥୁନଙ୍କ ଅଭିନେତା ହେବାର ନିଷ୍ପତ୍ତିରେ ଜମା ଖୁସି ନଥିଲେ, କିନ୍ତୁ ତାଙ୍କ ପରିବାର ମିଥୁନକୁ ପୂରାପୂରି ସମର୍ଥନ କରିଥିଲେ। ବାପା ଯେତେବେଳେ ଏହା ବୁଝି ପାରିଥିଲେ ଯେ ମିଥୁନଙ୍କ ଦୁର୍ବଳତା ନକ୍ସଲବାଦ ଉପରେ ରହିଛି ସେତେବେଳେ ସେ ଭୟଭୀତ ହୋଇ ମିଥୁନଙ୍କୁ ମୁମ୍ବାଇ ପଠାଇଥିଲେ।

 ଏହା ପରେ ମିଥୁନ ପୁଣେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଭର୍ତ୍ତି ହୋଇଥିଲେ। ଅଭିନୟ ପ୍ରଶିକ୍ଷଣ ନେବା ପରେ ମିଥୁନ,ମୃଣାଳ ସେନଙ୍କ ନିର୍ଦେଶିତ ଫିଲ୍ମ ‘ମୃଗୟା’ରୁ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମ ପାଇଁ ମିଥୁନଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା ଏବଂ ୪ଦଶକରୁ ଦୀର୍ଘ ଆକ୍ଟିଂ କ୍ୟାରିୟରରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ଏବେ ଶୁଣିବାକୁ ମିଳୁଛି ଯେ ମିଥୁନଙ୍କ ବଡ଼ ପୁଅ ମିମୋହ ଚକ୍ରବର୍ତ୍ତୀ ଏବେ ମୁମ୍ବାଇରେ ଅଛନ୍ତି ଏବଂ ତାଙ୍କ ବାପାଙ୍କ ଅପେକ୍ଷା କରିଛନ୍ତି। ମିଥୁନ କୌଣସି ଫିଲ୍ମର ସୁଟିଂ ପାଇଁ ବେଙ୍ଗାଲୁରୁ ଯାଇଥିଲେ ଏବଂ ଲକଡାଉନ୍ ଯୋଗୁଁ ସେଠାରେ ଫସି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.