ମିଥୁନ ଚକ୍ରବର୍ତ୍ତିଙ୍କ ଅବସ୍ଥା ଦେଖି ସ୍ତ୍ରୀ ୟୋଗିତା ବାଲୀ ପହଞ୍ଚିଲେ ଆମେରିକାରେ

Published By : Prameya-News7 Bureau | March 18, 2019 IST

wp:heading {"level":5}
ମୁମ୍ୱାଇ୧୮|୩: ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ପୁଣି ପିଠି ବିନ୍ଧିବାର ସମସ୍ୟା ହୋଇଥିବାରୁ ତାଙ୍କୁ ଆମେରିକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଲା ପରେ ତାଙ୍କ ସ୍ୱାସ୍ଥରେ ଅନେକ ପରିବର୍ତ୍ତନ ହୋଇଛି। ମିଥୁନଙ୍କ ସ୍ୱାସ୍ଥ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଡାକ୍ତରମାନେ ଲଗାତାର ଉପଚାର କରୁଛନ୍ତି। ଶରୀରରେ ଦୁର୍ବଳତା ଥିବାରୁ ଡାକ୍ତର ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରିନାହାନ୍ତି। ସ୍ୱାସ୍ଥ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେଲା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।
/wp:heading {"id":94843,"width":573,"height":425}
wp:heading {"level":5}
ଏହା ପରେ ସେ ନିଜ ଦେଶ ଆସିପାରିବେ କାରଣ ତାଙ୍କୁ ଏବେ ଯାତ୍ରା କରିବା ପାଇଁ ମନା କରାଯାଇଛି। ମିଥୁଙ୍କ ସେବା କରିବା ପାଇଁ ପ୍ରଥମରୁ ତାଙ୍କ ପୁଅ ମହାକ୍ଷୟ ଓ ବହୁ ମଦଲାସା ଆମେରିକାରେ ଥିଲେ। ଏବେ ତାଙ୍କ ପତ୍ନୀ ୟୋଗିତା ବାଲୀ ମଧ୍ୟ ତାଙ୍କ ଦେଖା ଶୁଣା କରିବା ପାଇଁ ଆମେରିକାରେ ପହଞ୍ଚିଛନ୍ତି। ସମସ୍ତଙ୍କ ଇଚ୍ଛା ଯେ ମିଥୁନ ଶିଘ୍ର ସୁସ୍ଥ ହୋଇ ନିଜ ଦେଶ ଫେରିଆସନ୍ତୁ।    
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.