Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କେବେ ଅବସର ନେବେ ମିତାଲି ରାଜ୍‌ ? ଏମିତି ଉତ୍ତର ଦେଲେ ମହିଳା କ୍ରିକେଟ୍‌ ଟିମ୍‌ର ଓ୍ବାନ୍‌ଡେ କ୍ୟାପ୍ଟେନ୍‌

24/04/2021 at 4:11 PM

ନୂଆଦିଲ୍ଲୀ ୨୪/୪:  ଭାରତୀୟ ମହିଳା ଦିନିକିଆ ଟିମ୍‌ର ଅଧିନାୟକ ମିତାଲି ରାଜ୍‌ କ୍ରିକେଟରୁ ସନ୍ନ୍ୟାସ ନେଇ ବଡ଼ ସଂକେତ ଦେଇଛନ୍ତି। ଶନିବାର ମିତାଲି କହିଛନ୍ତି  ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ବିଶ୍ବକପ୍‌ ୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ନ୍ୟୁଜିଲାଣ୍ଡ ଟିମ୍‌ରେ କିଛି ନିଆରା କରିବାକୁ ଉଦୀୟମାନ ତାରକାଙ୍କୁ ଖୋଜୁଥିବା ମଧ୍ୟ କହିଛନ୍ତି ୩୮ ବର୍ଷୀୟା ମିତାଲି। ‘୧୯୭୧- ଦ ବିଗନିଙ୍ଗ ଅଫ୍‌ ଇଣ୍ଡିଆାଜ୍‌ କ୍ରିକେଟିଂ ଗ୍ରେଟ୍‌ନେସ୍‌’ ବହିର ଭର୍ଚୁଆଲ୍‌ ଲଞ୍ଚ୍‌ ସମାରୋହରେ ମିତାଲି କହିଥିଲେ, ‘ଅନ୍ତର୍ଜାତୀୟ କ୍ରିକେଟରେ ୨୧ ବର୍ଷ ପୂରିଛି। ମୁଁ ଜାଣିଛି ୨୦୨୨ ମୋ ପାଇଁ ସନ୍ୟାସ ନେବାର ବର୍ଷ ହେବ । ଯାହାକି ବିଶ୍ବକପ୍‌ ପରେ ହେବ।’

ହାର୍ପର କୋଲିଙ୍ଗସ୍‌ ଦ୍ବାରା ପ୍ରକାଶିତ ଏହି ବହିର ସହ ଲେଖକ ବୋରିଆ ମଜୁମଦାର ଏବଂ ଗୌତମ ଭଟ୍ଟାଚାର୍ଯ୍ୟ। ମିତାଲି ଏକମାତ୍ର ଏମିତି ମହିଳା ବ୍ୟାଟ୍ସମ୍ୟାନ୍‌ ଯାହାଙ୍କ ନାଁରେ ଦିନିକିଆରେ ୭୦୦୦ ରନ୍‌ ସ୍କୋର ରେକର୍ଡ ରହିଛି । କରୋନା ସଙ୍କଟ ସମୟରେ ମିତାଲି କହିଥିଲେ, ‘ମୁଁ ଜାଣିଛି ଆମେ ମୁସକିଲ ସମୟ ଦେଇ ଗତି କରୁଛନ୍ତି କିନ୍ତୁ ମୁଁ ମୋ ଫିଟ୍‌ନେସ ପାଇଁ ବହୁତ କିଛି କରିଛି। ମୋ ବୟସ କମୁନି ବରଂ ବଢ଼ୁଛି। ତେଣୁ ଫିଟ୍‌ ରହିବାର ଅର୍ଥ ମୁଁ ବୁଝିଛି।’  ଭାରତୀୟ ମହିଳା କ୍ରିକେଟ ଟିମ୍‌ ୪ଟି ଦ୍ବିପାକ୍ଷିକ ସିରିଜ୍‌ ଖେଳିବ। ଇଂଲଣ୍ଡ, ଅଷ୍ଟେ୍ରଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ କରିବାକୁ ଥିବା ବେଳେ ଘରୋଇ ପିଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌କୁ ସାମ୍ନା କରିବ ଟିମ୍‌ ଇଣ୍ଡିଆ।

 ଏ ସବୁ ସିରିଜ୍‌ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ଏଥିରୁ ହିଁ ଅଭିଜ୍ଞତା ନେଇ ଆଗାମୀ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ମିତାଲି କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ହଁ ମୁଁ ଝିଅମାନଙ୍କୁ ନେଇ ସକାରାତ୍ମକ ଚିନ୍ତା କରୁଛି। କାରଣ ସେମାନେ ସୀମିତ ସୁବିଧାରେ ବହୁତ ଭଲ ଖେଳୁଛନ୍ତି। ଦ୍ରୁତ ବୋଲିଂ କ୍ଷେତ୍ରରେ ଟିମ୍‌ ଇଣ୍ଡିଆକୁ ଆହୁରି କଷ୍ଟ କରିବାକୁ ପଡ଼ିବ କାରଣ ଝୁଲଣ ଗୋସ୍ବାମୀଙ୍କ ଖେଳ କ୍ୟାରିୟର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ନ୍ୟୁଜିଲାଣ୍ଡ ପାଇଁ କିଛି ଖେଳାଳିଙ୍କୁ ଖୋଜିବାକୁ ପଡ଼ିବ ଏବଂ ସେମାନଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ଆଲୋଚନାରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ମଧ୍ୟ ସାମିଲ୍‌ ଥିଲେ।

ସେ କହିଥିଲେ, ‘ମୁଁ ମୋ ସ୍ତ୍ରୀଙ୍କ ସହ ଲର୍ଡସ୍‌ରେ ୨୦୧୭ ମହିଳା କ୍ରିକେଟ ବିଶ୍ବକପ୍‌ ଦେଖୁଥିଲି। ମୁଁ ଦେଖିବାକୁ ପାଇଲି ଇଂଲଣ୍ଡ ଖେଳାଳି ଭାରତୀୟ ଖେଳାଳିଙ୍କୁ ଲୋୟର ଅର୍ଡରକୁ ହଇରାଣ କରୁଥିଲେ। ଏହା ସହ ସେମାନଙ୍କ ଚାହାଁଣିରେ ଭୟଭୀତ କରୁଥିଲେ। ମୁଁ ଝିଅମାନଙ୍କୁ କହିବାକୁ ଚାହୁଁଛି ସେମାନେ ତଳକୁ ନଚାହିଁ ପ୍ରତିଦ୍ବନ୍ଦି ଖେଳାଳିଙ୍କୁ ସେ ବି ସମାନ ଆଖିରେ ଚାହାଁନ୍ତୁ। ମୁଁ ଭାବୁଛି ଶରୀରର ଭାବଭଙ୍ଗୀ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ବିରାଟ କୋହଲିଙ୍କୁ ଦେଖନ୍ତୁ ସେ ବିପକ୍ଷ ଖେଳାଳିଙ୍କୁ ଯେଉଁ ଆଖିରେ ଦେଖୁଛନ୍ତି ସାଥି ଖେଳାଳିମାନେ ଠିକ୍‌ ସେମିତି କରୁଛନ୍ତି।’

   Related Posts