ମହିଳା ଟି-୨୦ ବିଶ୍ବକପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଅଲରାଉଣ୍ଡର ମିତାଲି ରାଜଙ୍କ ଏମିତି ନିଷ୍ପତ୍ତି ସମସ୍ତଙ୍କୁ କରିଛି ଚିନ୍ତିତ

Published By : Prameya-News7 Bureau | November 19, 2018 IST

ନୂଆଦିଲ୍ଲୀ ୧୯|୧୧:  ଭାରତ ମହିଳା ଟି-୨୦ ବିଶ୍ବକପ୍ ଫାଇନାଲ ଖେଳିବା ପୂର୍ବରୁ ଦଳର ଆଗଧାଡିର ଖେଳାଳି ମିତାଲି ରାଜଙ୍କ ଏକ ଘୋଷଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସୂଚନା ଯୋଗ୍ୟ ଯେ, ଓ୍ବେଷ୍ଟଇଣ୍ଡିଜଠାରେ ଏବେ ମହିଳା ଟି-୨୦ ବିଶ୍ବକପ୍ ଚାଲିଛି । ଭାରତ ଏଥିରେ ବେଶ୍ ଭଲ ପ୍ରଦର୍ଶନ କରିଆସୁଛି । ଭର୍ତ୍ତମାନସୁଦ୍ଧା ଅନୁଷ୍ଠିତ ୪ଟି ଯାକ ମ୍ୟାଚ୍ ରେ ଭାରତ ବିଜୟୀ ହୋଇଛି । ଦଳର କ୍ୟାପଟେନ ହରମନ ହରମନପ୍ରିତ୍ କୌର ସ୍ମୃତି ମନ୍ଧାନି ଏବଂ ମିତାଲି ରାଜ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜୟ ପକ୍ଷରେ ଅଗ୍ରସର କରାଇଛନ୍ତି । ବୋଲିଂ କ୍ଷେତ୍ରରେ ମଧ୍ୟ ଭାରତ ବେଶ୍ ମଜବୁତ ସ୍ଥିତିରେ ରହିଛି । ତେବେ ଭାରତୀୟ ଦଳ ଟି-୨୦ ବିଶ୍ବକପ୍ ଫାଇନାଲ ଖେଳିବା ପୂର୍ବରୁ ଏମିତି ଏକ ଖବର ହସ୍ତଗତ ହୋଇଛି ଯାହା ଆପଣଙ୍କୁ ନିରାଶ କରିପାରେ । ଏହି ଖବର ପ୍ରଚାରିତ ହେବା ପରେ ମିତାଲି ରାଜଙ୍କ ପ୍ରଶଂସକଙ୍କୁ ମଧ୍ୟ ଜୋରଦାର ଝଟକା ଲାଗିଛି । ସୂଚନା ଅନୁସାରେ ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ମିତାଲି ରାଜ ଟି-୨୦ ଫର୍ମାଟରୁ ସବୁଦିନ ପାଇଁ ବିଦାୟ ନେବାକୁ ଚାହୁଁଛନ୍ତି । ସଂପ୍ରତି ସେ କହିଛନ୍ତି ଯେ, ଦଳରେ ବର୍ତ୍ତମାନ ବହୁ ଯୁବ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ଭଲ ଖେଳ ପ୍ରଦର୍ଶନ କରିବା ସହ ସ୍ଥିତି ମଜଭୁତ କରିବାରେ ଲାଗିଛନ୍ତି । ଏହି ଦୃଷ୍ଟିରୁ ଟି-୨୦ ପର୍ମାଟରେ ଚଳିତ ବିଶ୍ବକପ୍ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ । ୧୬ବର୍ଷ ବୟସରେ ଭାରତୀୟ ମହିଳା କ୍ରିକେଟ୍ ଦଳରେ ସାମିଲ ହୋଇଥିବା ମିତାଲି ରାଜ ଏବେ ୩୫ ବର୍ଷ ବୟସରେ ପଦାର୍ପଣ କଲେଣି । ୨୦୦୬ ମସିହାରେ ସେ ଇଂଲଣ୍ଡ ବିପକ୍ଷରେ ତାଙ୍କ କ୍ୟାରିୟରର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେବେଠାରୁ ଅଦ୍ୟାବଧି ଟି-୨୦ ଫର୍ମାଟରେ ସେ ବହୁ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଏବେ ଟି-୨୦ ଫର୍ମାଟରୁ ସନ୍ୟାସ ନେବା ପାଇଁ ସେ ଯେଉଁ ସଂକେତ ଦେଇଛନ୍ତି ତାହା ବହୁ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ମିତାଲି ଅଦ୍ୟାବଧି ୮୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୩୭.୪୨ ହାରରେ ୨୨୮୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୭ଟି ଅର୍ଦ୍ଧଶତକ ରହିଛି । ସେ ସର୍ବାଧିକ ୯୭ ରନ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.