Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମିତାଲି ରାଜ ରଚିଲେ ଇତିହାସ, ଇଂଲଣ୍ଡ ଖେଳାଳିଙ୍କୁ ପଛରେ ପକାଇ କଲେ ବିଶ୍ଵ ରେକର୍ଡ

3/07/2021 at 11:13 PM

ନୂଆଦିଲ୍ଲୀ ୦୩।୦୭: ଭାରତୀୟ ମହିଳା ଓ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ଶନିବାର ନୂତନ ବିଶ୍ଵ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ମାମଲାରେ ସେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଚାର୍ଲୋଟ୍ ଏଡଓ୍ଵର୍ଡ୍ସଙ୍କୁ ପଛରେ ପକାଇଛନ୍ତି। ମିତାଲି ଏବେ ତିନି ଫର୍ମାଟ୍‌ରେ ମୋଟ୍ ୧୦୨୭୭ ରନ କରିଛନ୍ତି।

୩୮ ବର୍ଷୀୟ ମିତାଲି ଇଂଲଣ୍ଡ ବିପକ୍ଷରେ ଓ୍ଵସେଷ୍ଟରରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ୨୨୦ ରନର ଲକ୍ଷ୍ୟକୁ ପିଛା କରି ୨୪ତମ ଓଭରରେ ଏଡଓ୍ଵର୍ଡ୍ସଙ୍କ ୧୦୨୭୩ ରନ ରେକର୍ଡ ଭାଙ୍ଗିଛନ୍ତି। ସେ ଦ୍ରୁତ ବୋଲର ନଟ୍ ସାଇବରଙ୍କ ବଲ୍‌ରେ ଚୌକା ମାରି ନୂତନ ବିଶ୍ଵ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ୭୮୪୯ ରନ ସହିତ ସର୍ବାଧିକ ରନ ତାଲିକାରେ ତୃତୀୟ ନମ୍ବରରେ  ରହିଛି।

ମିତାଲି ରାଜ ୨୦୧୭  ଜୁଲାଇ ୧୨ରେ ବିଶ୍ଵ କପର ୧୧ତମ ସଂସ୍କରଣର ଲିଗ୍ ପର୍ଯ୍ୟାୟରେ ଏଡଓ୍ଵର୍ଡ୍ସଙ୍କୁ ପଛରେ ପକାଇ ଦିନିକିଆ ମ୍ୟାଚ୍‌ରେ ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ ହୋଇ ପାରିଥିଲେ।

   Related Posts