ଇତିହାସ ରଚିଲେ ମିତାଲି ରାଜ, ମାଷ୍ଟର ବ୍ଲାଷ୍ଟରଙ୍କ ଖାସ୍ ରେକର୍ଡ ସହ ସମକ୍ଷକ

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ ୨୭/୬: ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ସୃଷ୍ଟି କରିବାକୁ ଯାଉଛନ୍ତି ଇତିହାସ । ମିତାଲି ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ସଚିନ ତେନ୍ଦୁଲକରଙ୍କ ଏକ ଖାସ ରେକର୍ଡ ସହ ସମକକ୍ଷ ହେବେ । ରବିବାର ମିତାଲି ରାଜ ପଡ଼ିଆକୁ ଓହ୍ଲାଇବା ପରେ ସେ ଏହି ରେକର୍ଡ କରିବେ । ସଚିନ ତେନ୍ଦୁଲକରଙ୍କ ପରେ ୨୨ ବର୍ଷ ଧରି ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରେ ସେ ହେବେ ଦ୍ୱିତୀୟ କ୍ରିକେଟର ।

ସଚିନ୍ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ୟାରିୟର୍ ବହୁତ ଲମ୍ବା ଥିଲା । ସଚିନ ତେନ୍ଦୁଲକର ୨୨ ବର୍ଷ ଭିତରେ ୯୧ ଦିନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ମିତାଲି ରାଜ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୨୨ ବର୍ଷ ପୂରଣ କରିଛନ୍ତି । ରବିବାର ଇଂଲଣ୍ଡ ବିପକ୍ଷରେ ଖେଳି ସେ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ୨୨ ବର୍ଷ ପୂରଣ କରିବେ । ସଚିନ ତେନ୍ଦୁଲକରଙ୍କ ପରି ମିତାଲି ରାଜ ମଧ୍ୟ ଖୁବ୍ କମ୍ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ସ୍ଥାନ ପାଇଥିଲେ ।

୩୮ ବର୍ଷୀୟ ମିତାଲି ୨୬ ଜୁନ୍ ୧୯୯୯ ରେ ମିଲଟନ୍ କିନ୍ସରେ ଆୟର୍ଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ସେତେବେଳେ ମିତାଲି ରାଜଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା । ୨୨ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅର୍ ସମୟରେ ମିତାଲି ରାଜ ତାଙ୍କ ନାମରେ ବ୍ୟାଟିଂ କରି ବଡ ବଡ ରେକର୍ଡ ସୃଷ୍ଟି କରିଛନ୍ତି ।

୨୧୪ ମହିଳା ଏକଦିବସୀୟ ମ୍ୟାଚ ମଧ୍ୟରେ ୫୫ ଅର୍ଦ୍ଧଶତକ ସହ ସେ ୭,୦୯୮ ରନ୍ ସଂଗ୍ରହ କରିଛନ୍ତି । ଯୋଧପୁରରେ ଜନ୍ମଗ୍ରହଣ କରିଥିବା ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ମହିଳା ODI କ୍ରିକେଟରେ ୬,୦୦୦ରୁ ଅଧିକ ରନ୍ ସ୍କୋର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.