Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ମହିଳା ଟି-୨୦କୁ ଗୁଡବାୟ କହିଲେ ମିତାଲି ରାଜ, ଜାଣନ୍ତୁ ତାଙ୍କର କ୍ୟାରିୟର ଓ ରନ ହାର

3/09/2019 at 3:46 PM

ମୁମ୍ବାଇ :  ଭାରତୀୟ ମହିଳା କ୍ରିକେଟ ଟିମର ଖେଳାଳି ମିତାଲି ରାଜ ମଙ୍ଗଳବାର ଟି-୨୦ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସିଙ୍କ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି। ଏକଦା ମିତାଲି ଟିମ୍ ଇଣ୍ଡିଆର ଟି-୨୦ କ୍ୟାପ୍ଟେନ ଥିଲେ। ୨୦୦୬ ମସିହାରେ ଟି-୨୦ ମ୍ୟାଚ୍ ରୁ କ୍ୟାରିୟର ଆରମ୍ଭ କରିଥିଲେ ମିତାଲି । ଗତ ୧୩ ବର୍ଷରେ ସେ ୮୯ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୧୭ଟି ଅର୍ଦ୍ଧ ଶତକ ସମେତ ୨ ହଜାର ୩୬୪ ରନ ସ୍କୋର କରିଛନ୍ତି। ମୋଟ ଆଭରେଜ ରହିଛି ୩୭.୫୨।  ଏଥିରେ ଗତବର୍ଷ ଏସିଆ କପ୍ ଟି-୨୦ରେ ତାଙ୍କର ଅପରାଜୟ ୯୭ ରନ୍ ମଧ୍ୟ ରହିଛି।

୩୬ ବର୍ଷ ବୟସ୍କା ଏହି ମହିଳା କ୍ରିକେଟର ୩୨ଟି ଅନ୍ତର୍ଜାତୀୟ ଟି-୨୦ରେ ଭାରତର ଅଧିନାୟକ ଥିଲେ। ଏଥିରେ ସେ  ୨୦୧୨ ଶ୍ରୀଲଙ୍କା, ୨୦୧୪ ବାଂଲାଦେଶ ଓ ୨୦୧୬ ମସିହାରେ ଭାରତରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ରେ ସେ ଭାରତର ଅଧିନାୟକ ଥିଲେ। ମିତାଲି ଏକମାତ୍ର ମହିଳା କ୍ରିକେଟର ଯିଏ କ୍ରିକେଟର ଏହି ସୀମିତ ଓଭର ମ୍ୟାଚ୍ ରେ ୨୦୦୦ ରନ ସ୍କୋର କରିଥିବାର ରେକର୍ଡ ରହିଛି। ସେହିପରି ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ଅଧିକ ରନ ସଂଗ୍ରହ କରିବାରେ ମିତାଲି ଷଷ୍ଠ ସ୍ଥାନରେ ରହିଛନ୍ତି।

ଗତ ମାର୍ଚ୍ଚମାସରେ ମିତାଲି ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଗୌହାଟୀରେ ଖେଳାଯାଇଥିବା  ଏହି ମ୍ୟାଚ୍ ରେ ୩୨ଟି ବଲରୁ ୩୦ ରନ୍ ସଂଗ୍ରହ କରିବାରେ ସେ ନିଜକୁ ଦ୍ରୁତତମ ବ୍ୟାଟସ୍ ମ୍ୟାନ ଭାବେ ପ୍ରମାଣିତ କରିଛନ୍ତି। ଏବେ ସେ ୫୦ ଓଭର ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ ପ୍ରତି ଧ୍ୟାନ କେନ୍ଦ୍ରୀତ କରିବାକୁ ଟି-୨୦କୁ ଗୁଡବାୟ ଜଣାଇଥିବା ମିତାଲି କହିଛନ୍ତି। ସେ ଆଗାମୀ ୨୦୨୧ ୱାର୍ଲଡକପ୍ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାନୁୟାରୀ ୨୦୨୧ରୁ ନ୍ୟୁଜିଲ୍ୟାଣ୍ଡରେ ୱିମେନ କ୍ରିକେଟ ୱାର୍ଲଡ କପ୍ ଆରମ୍ଭ ହେବ।   

   Related Posts