Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଗାଙ୍ଗୁଲି-ଦ୍ରାବିଡ-କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ମିତାଲି ଓ ଝୁଲନ, କେବଳ ଆଗରେ ଅଛନ୍ତି ସଚିନ

16/06/2021 at 8:54 PM

ସାଉଥମ୍ପଟନ ୧୬।୦୬: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦୁଇ ତାରକା ମିତାଲି ରାଜ ଓ ଝୁଲନ ଗୋସ୍ଵାମୀ ଜୁନ ୧୬ରେ ଏମିତି ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି, ଯାହା କମ୍ ଖେଳାଳିଙ୍କ ଭାଗ୍ୟରେ ମିଳେ। ମିତାଲି ଓ ଝୁଲଣ ଗୋସ୍ଵାମୀ ଭାରତ ପାଇଁ ସବୁଠୁ ଅଧିକ ସମୟ ଧରି ଟେଷ୍ଟ ଖେଳିବାରେ ମହିଳା କ୍ରିକେଟ୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଦୁଇ ଖେଳାଳି ଏହି ରେକର୍ଡ କରିଛନ୍ତି। ଦୁଇ ଖେଳାଳି ୨୦୦୨ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଭାରତୀୟ କ୍ରିକେଟ୍‌ରେ କେବଳ ସଚିନ ତେନ୍ଦୁଲକରଙ୍କ କ୍ୟାରିୟର ମିତାଲି ଓ ଝୁଲଣଙ୍କଠୁ ଲମ୍ବା ରହିଛି।

ମିତାଲି ରାଜ ଓ ଝୁଲଣ ଗୋସ୍ଵାମୀ ୨୦୦୨ ଜାନୁଆରୀ ୧୪ରେ ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ। ଏବେ ଏହି ଦୁଇ ଖେଳାଳି ଜୁନ ୧୬ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଛନ୍ତି। ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ୧୯ ବର୍ଷ ୧୫୪ ଦିନରେ ପହଞ୍ଚିଛି। ମହିଳା କ୍ରିକେଟ୍‌ରଙ୍କ ମଧ୍ୟରେ ଭେରା ବର୍ଟ ଓ ମାରି ହାଇଡ୍‌ଙ୍କ କ୍ୟାରିୟର ଲମ୍ବା ରହିଛି। ନ୍ୟୁଜିଲାଣ୍ଡର ଭେରା ବର୍ଟଙ୍କ କ୍ରିକେଟ୍ କ୍ୟାରିୟର ୨୦ ବର୍ଷ ୩୩୫ ଦିନ ଏବଂ ଇଂଲଣ୍ଡର ମାରି ହାଇଡ୍‌ଙ୍କ କ୍ୟାରିୟର ୧୯ ବର୍ଷ ୨୧୧ ଦିନ ରହିଛି।

ମିତାଲି ରାଜ ଓ ଝୁଲନ ଗୋସ୍ଵାମୀଙ୍କ ଟେଷ୍ଟ କ୍ୟାରିୟର ଯେତେ ଲମ୍ବା ରହିଛି, ସେତିକି ତ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଏମଏସ ଧୋନୀଙ୍କ ପରି ବରିଷ୍ଠ ଖେଳାଳିଙ୍କ ନାହିଁ। ଅନିଲ କୁମ୍ବଲେଙ୍କଟ ଟେଷ୍ଟ କ୍ୟାରିୟର ୧୮ ବର୍ଷ ୮୮ ଦିନ ରହିଥିବା ବେଳେ ଦ୍ରାବିଡଙ୍କ କ୍ୟାରିୟର ୧୫ ବର୍ଷ ୨୨୨ ଦିନ ଓ ଗାଙ୍ଗୁଲିଙ୍କ କ୍ୟାରିୟର ୧୨ ବର୍ଷ ୧୪୩ ଦିନ ରହିଛି। ଏହି ସମୟରେ ଦ୍ରାବିଡ ୧୬୪, କୁମ୍ବଲେ ୧୩୨ ଓ ଗାଙ୍ଗୁଲି ୧୧୩ ଟେଷ୍ଟ ଖେଳିଛନ୍ତି।

ସୂଚନାଯୋଗ୍ୟ, ମିତାଲ ରାଜ ୧୯୯୯ରୁ ଦିନିକିଆ କ୍ରିକେଟ୍ ଖେଳି ଚାଲିଛନ୍ତି। ମହିଳା କ୍ରିକେଟ୍‌ରେ ସବୁଠୁ ଲମ୍ବା ସମୟ କ୍ରିକେଟ୍ ଖେଳିବାର ବିଶ୍ଵ ରେକର୍ଡ ମିତାଲିଙ୍କ ନାମରେ ରହିଛି। ଏହା ବ୍ୟତୀତ ଦିନିକିଆରେ ସର୍ବାଧିକ ୭୦୯୮ ରନ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେହି ପରି ୩୮ ବର୍ଷୀୟ ଝୁଲନ ଗୋସ୍ଵାମୀଙ୍କ ନାମରେ ଦିନିକିଆ କ୍ରିକେଟ୍‌ରେ ସବୁଠୁ ଅଧିକ ୨୩୩ ଓ୍ଵିକେଟ୍ ନେବାର ବିଶ୍ଵ ରେକର୍ଡ ରହିଛି।

   Related Posts