ଇତିହାସ ରଚିଲେ ମିତାଲି: ଜୟସୂର୍ୟାଙ୍କୁ ପଛରେ ପକାଇ ତେନ୍ଦୁଲକରଙ୍କ ପରେ ଏହି କମାଲ କରିଥିବା ଦ୍ୱିତୀୟ କ୍ରିକେଟର

Published By : Prameya-News7 Bureau | March 07, 2021 IST

ନୂଆଦିଲ୍ଲୀ ୦୭/୦୩ : କରୋନା ମହାମାରୀ ଯୋଗୁଁ ଭାରତୀୟ ମହିଳା କ୍ରିକେଟ ଟିମ ପାଖାପାଖି ବର୍ଷେ ପରେ ମଇଦାନକୁ ଫେରିଛି। ରବିବାର ଠାରୁ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ମଉକା ଦେଇଛି। ଭାରତୀୟ ମହିଳା ଟିମ ୩୬୪ ଦିନ ପରେ ମଇଦାନକୁ ଓହ୍ଲାଇଛି। ଟିମର ନେତୃତ୍ୱ ନେଇଛନ୍ତି ଭାରତର ଷ୍ଟାର ମହିଳା କ୍ରିକେଟର ମିତାଲି ରାଜ। ମଇଦାନକୁ ଓହ୍ଲାଇ ମିତାଲି ଅନେକ ଉପଲବ୍ଧି ନିଜ ନାଁରେ କରିଛନ୍ତି।

{"id":419077,"sizeSlug":"large","linkDestination":"none"}

ମିତାଲି ନିଜ ଆନ୍ତର୍ଜାତୀୟ କ୍ରିକେଟର ଚତୁର୍ଥ ଦଶକ ଖେଳୁଛନ୍ତି। ସେ ୧୯୯୯ ମସିହାରୁ ଏକ ଦିବସୀୟ କ୍ରିକେଟ ଖେଳି ଆନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ। ଏହାସହ ସେ ସବୁଠାରୁ ଅଧିକ ଏକ ଦିବସୀୟ କ୍ୟାରିଅର ମାମଲାରେ ଦୁନିଆର ବରିଷ୍ଠ ଶ୍ରୀଲଙ୍କା ଖେଳାଳି ସନଥ ଜୟସୂର୍ୟାଙ୍କୁ ପଛରେ ପକାଇଦେଇଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ସବୁଠାରୁ ଅଧିକ ଏକ ଦିବସୀୟ କ୍ୟାରିଅର କରିଥିବା କ୍ରିକେଟର ତାଲିକାରେ ମିତାଲି ସାମିଲ ହୋଇଛନ୍ତି।

ସଚିନଙ୍କ ଏକ ଦିବସୀୟ କ୍ୟାରିଅର ୨୨ ବର୍ଷ ୯୧ ଦିନର ଥିଲା। ମିତାଲିଙ୍କ ଏକ ଦିବସୀୟ କ୍ୟାରିଅର ୨୧ ବର୍ଷ ୨୫୪ ଦିନର ହୋଇଛି। ସବୁଠାରୁ ଅଧିକ ଏକ ଦିବସୀୟ କ୍ରିକେଟ କ୍ୟାରିଅର ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ସନଥ ଜୟସୂର୍ୟା। ତାଙ୍କ କ୍ୟାରିଅର ୨୧ ବର୍ଷ ୧୮୪ ଦିନର ଥିଲା। ୨୦ ବର୍ଷ ୨୭୨ ଦିନ ସହ ଜାଭେଦ ମିଆଁଦାଦ ଚତୁର୍ଥ ସ୍ଥାନରେ ଅଛନ୍ତି।

{"id":419078,"sizeSlug":"large","linkDestination":"none"}

୩୮ ବର୍ଷୀୟ ମିତାଲି ୧୯୯୯ ଜୁନ ୨୬ ତାରିଖରେ ଆୟାରଲ୍ୟାଣ୍ଡ ବିପକ୍ଷରେ ଏକ ଦିବସୀୟ ମ୍ୟାଚ ଖେଳି ଆନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ। ରବିବାର ଦିନ ମଇଦାନକୁ ଓହ୍ଲାଇବା ପୂର୍ବରୁ ୨୦୯ ଏକ ଦିବସୀୟ ମ୍ୟାଚରେ ୬ ହଜାର ୮୮୮ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୫୩ ଅର୍ଦ୍ଧଶତକ ରହିଛି। ଏକ ଦିବସୀୟ ମ୍ୟାଚରେ ତାଙ୍କର ସବୁଠାରୁ ଭଲ ଇନିଂସ ଥିଲା ୧୨୫ ରନର। ମିତାଲି ୧୦ଟି ଟେଷ୍ଟ ମ୍ୟାଚ ଓ ୮୯ ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.