Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୧୦ ହଜାର ରନ୍ କ୍ଲବରେ ମିତାଲି ରାଜ : ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ହାସଲ କଲେ ଏହି ଉପଲବ୍ଧି

12/03/2021 at 1:11 PM

ନୂଆଦିଲ୍ଲୀ,୧୨/୦୩:   ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦୦୦ ରନ୍ ପୂରଣ କରିଛନ୍ତି । ମହିଳା ଇଣ୍ଟରନ୍ୟାଶନାଲ କ୍ରିକେଟରେ ଏହି ଉପଲବ୍ଧି ହାସଲ କରିଥିବା ଦ୍ୱିତୀୟ ଖେଳାଳି ହେଉଛନ୍ତି ମିତାଲି । ସେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲକ୍ଷ୍ନୌରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଏହି ରେକର୍ଡ କରିଛନ୍ତି । ତାଙ୍କ ପୂର୍ବରୁ ଇଂଲଣ୍ଡ କ୍ରିକେଟର ଚାଲୋର୍ଟ ଏଡଓ୍ୱାର୍ଡସ୍ ଏହି ମାଇଲ ଖୁଣ୍ଟ ଛୁଇଁଥିଲେ ।

ଏହି ମ୍ୟାଚ୍ ପୂର୍ବରୁ ମିତାଲି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୯୯୬୫ ରନ୍ କରିଥିଲେ । ୩୮ ରନ୍ କରିବା ପରେ ସେ ୧୦୦୦୦ ରନ୍ କରିବାରେ ସମର୍ଥ ହୋଇଥିଲେ । କିନ୍ତୁ ସେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ୩୬ ରନ୍ କରିବା ପରେ ସେ ନିଜ ଓ୍ୱିକେଟ ହରାଇଥିଲେ ।

ମିତାଲିଙ୍କ ନାମରେ ଏବେ ୪୬. ୭୩ ଆଭରେଜରେ ୧୦୦୦୧ ଅନ୍ତର୍ଜାତୀୟ ରନ୍ ରହିଛି । ସେ ନିଜ କ୍ୟାରିଅରରେ ୭୫ଟି ଅର୍ଦ୍ଧଶତକ ଓ ୮ ଶତକ ଲଗାଇଛନ୍ତି ।

ବିସିସିଆଇ ମିତାଲିଙ୍କ ଏହି ଉପଲବ୍ଧି ପରେ ଟ୍ୱିଟ୍ କରି କହିଛି ଯେ, ଦମଦାର କ୍ରିକେଟର । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦୦୦ ରନ୍ ପୂର୍ଣ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର । ଅଭିନ୍ନଦନ ।

ସୂଚନାଯୋଗ୍ୟ. ଇଂଲଣ୍ଡର ଚାର୍ଲୋଟ ଏଡଓ୍ୱାର୍ଡସ୍ ନିଜ କ୍ୟାରିଅରରେ ୩୦୯ ମ୍ୟାଚ୍ ଖେଳି ୧୦୨୭୩ ରନ୍ କରିଛନ୍ତି । ସେ ଟେଷ୍ଟରେ ୧୬୭୬ ରନ, ଦିନିକିଆରେ ୫୯୯୬ ଓ ଟି୨୦ରେ ୨୬୦୫ ରନ୍ କରିଛନ୍ତି । ସେହିପରି ମିତାଲି ୨୦୨ଟି ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ୧୦୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି ।

   Related Posts